ହାରିଲେ ସ୍ଵରାଙ୍କ ସ୍ୱାମୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ସୂଚନାନୁସାରେ, ତାଙ୍କ ପ୍ରତିଦ୍ବନ୍ଦ୍ବୀ ସନା ମଲିକ ତାଙ୍କୁ ଅଣୁଶକ୍ତି ନଗର ବିଧାନସଭା ଆସନରୁ ପରାସ୍ତ କରିଛନ୍ତି। ଏବେ ମହାରାଷ୍ଟ୍ରର ୨୮୮ ବିଧାନସଭା ଆସନ ପାଇଁ ଭୋଟ୍ ଗଣନା ଚାଲିଛି। ହେଲେ ଅଣୁଶକ୍ତି ନଗର ଆସନ ପାଇଁ ଚାଲିଥିବା ଗଣନା ଶେଷ ହୋଇଥିବା ବେଳେ ଫହାଦ ପଛରେ ରହିଯାଇଛନ୍ତି |

swara bhaskar

ଏହି ଆସନରୁ ଏନସିପି ନେତା ନବାବ ମଲିକଙ୍କ ଝିଅ, ଫହାଦ ଅହମ୍ମଦଙ୍କୁ ପରାଜୟର ସ୍ୱାଦ ଚଖାଇଛନ୍ତି । ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହାଦ ଅହମ୍ମଦ ଏନସିପି (ଶରଦ ପାୱାର) ଟିକେଟରେ ଅଣୁଶକ୍ତି ନଗରରୁ ନିର୍ବାଚନ ଲଢୁଥିଲେ। ଯଦି ଆମେ ତାଙ୍କ ରାଜନୈତିକ ଜୀବନ ଦେଖିବା ତେବେ ଫାହାଦ ଅହମ୍ମଦ ପୂର୍ବରୁ ସମାଜବାଦୀ ପାର୍ଟିରେ ଥିଲେ। କିନ୍ତୁ କିଛି ଦିନ ତଳେ ସେ ସମାଜବାଦୀ ପାର୍ଟି ଛାଡି ଏନସିପି (ଶରଦ ପାୱାର)ରେ ଯୋଗ ଦେଇଥିଲେ। ଏହା ପରେ ଦଳ ତାଙ୍କୁ ପ୍ରାର୍ଥୀ କରିଥିଲେ ବି ସେ ହାରିଯାଇଛନ୍ତି |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+