ଏହି ଆସନରୁ କଂଗ୍ରେସରୁ ପ୍ରାର୍ଥୀ ହେବେ ସ୍ୱରା ଭାଷ୍କର

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଅଭିନେତା ଗୋବିନ୍ଦାଙ୍କୁ ଉତ୍ତର କେନ୍ଦ୍ରୀୟ ମୁମ୍ବାଇ ଲୋକସଭା ନିର୍ବାଚନମଣ୍ଡଳୀରୁ ମନୋନୀତ କରାଯିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ଏବେ କଂଗ୍ରେସ ଏକ ନୂଆ ରଣନୀତି ଆପଣେଇଛି । ଗୋବିନ୍ଦାଙ୍କ ନାମ ଲୋକସଭା ପ୍ରାର୍ଥୀ ହେବା ପାଇଁ ଆଲୋଚନା ହେବା ପରେ ଏବେ କଂଗ୍ରେସ ମଧ୍ୟ ଏହି ନିର୍ବାଚନମଣ୍ଡଳୀରେ ବଲିଉଡ ଅଭିନେତ୍ରୀଙ୍କୁ ମଇଦାନକୁ ଓହ୍ଲାଇବା ପାଇଁ ଯୋଜନା ଆରମ୍ଭ କରିଛି ।

ଅଭିନେତ୍ରୀ ସ୍ୱରା ଭାସ୍କର ଗୋବିନ୍ଦାଙ୍କ ବିପକ୍ଷରେ ପ୍ରତିଦ୍ୱନ୍ଦିତା କରି ପାରନ୍ତି । ସ୍ୱରା କଂଗ୍ରେସରେ ଯୋଗଦେବେ ବୋଲି ସୂତ୍ରରୁ ପ୍ରକାଶ । କଂଗ୍ରେସର ବରିଷ୍ଠ ନେତାମାନେ ନିଶ୍ଚିତ କରିଛନ୍ତି ଯେ ସେମାନେ ସ୍ୱରା ଭାସ୍କରଙ୍କ ପ୍ରାର୍ଥୀତ୍ୱକୁ ନେଇ ବିଚାର କରିବେ । ସୂଚନାନୁସାରେ, କଂଗ୍ରେସର ବରିଷ୍ଠ ନେତାମାନେ ମଧ୍ୟ ସ୍ୱରା ଭାସ୍କରଙ୍କୁ ସମର୍ଥନ କରିଛନ୍ତି ।

ଉଲ୍ଲେଖ ଥାଉ କି ସ୍ୱରା ଭାସ୍କରଙ୍କୁ ଅନେକ ସମୟରେ ବିଜେପିର ନୀତି ବିରୋଧରେ ଆଲୋଚନା କରୁଥିବାର ଦେଖିବାକୁ ମିଳିଥାଏ ।୨୦୨୦ରେ, ସେ ମହାରାଷ୍ଟ୍ରରେ ସିଏଏ ବିରୋଧରେ ଆୟୋଜିତ ଏକ ସାଧାରଣ ସଭାରେ ମଧ୍ୟ ଭାଗ ନେଇଥିଲେ ଯେଉଁଥିରେ ବରିଷ୍ଠ କଂଗ୍ରେସ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ ।

swara bhaskar

ନିକଟରେ ତାଙ୍କୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ମଧ୍ୟ ଦେଖିବାକୁ ମିଳିଥିଲା । ସୂଚନା ଥାଉ କି ଯେ ସ୍ୱରା ଭାସ୍କରଙ୍କ ସ୍ୱାମୀ ଫହଦ ଅହମ୍ମଦ ମଧ୍ୟ ରାଜନୀତିରେ ସକ୍ରିୟ ଅଛନ୍ତି । ସେ ସମାଜବାଦୀ ପାର୍ଟିର ଯୁବ ବାହିନୀ ସମାଜବାଦୀ ଯୁବଜନ ସଭାର ମହାରାଷ୍ଟ୍ର ସଭାପତି ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+