ସ୍ୱାମୀତ୍ୱ ଯୋଜନାରେ ୬୫ ଲକ୍ଷ ସମ୍ପତ୍ତି କାର୍ଡ ପ୍ରଦାନ କଲେ ପିଏମ୍, କହିଲେ ଗ୍ରାମାଞ୍ଚଳ ବିକାଶକୁ ସରକାର ....
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗ୍ରାମାଞ୍ଚଳ ବିକାଶକୁ ସରକାର ସର୍ବଦା ପ୍ରାଥମିକତା ଦେଉଛନ୍ତି । ଗ୍ରାମବାସୀଙ୍କ ବିକାଶ ଏବଂ ସେମାନଙ୍କ ପାଖରେ ସମସ୍ତ ପ୍ରକାର ସୁବିଧା ସୁଯୋଗ ପହଞ୍ଚାଇବା ଲାଗି ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଗ୍ରାମାଞ୍ଚଳ ବିକାଶ ପାଇଁ ସରକାର ନେଇଥିବା ପଦକ୍ଷେପ ଗୁଡ଼ିକ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଭବିଷ୍ୟତ ଯୋଜନା ସଂପର୍କରେ ମଧ୍ୟ ସୂଚନା ପ୍ରଦାନ କରିଛନ୍ତି । ସ୍ୱାମୀତ୍ୱ ଯୋଜନା ଅଧୀନରେ ସମ୍ପତ୍ତି କାର୍ଡ ପ୍ରଦାନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି
ଭିଡ଼ିଓ କନ୍ଫରେନିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ଆଜି ସ୍ୱାମୀତ୍ୱ ଯୋଜନା ଅଧୀନରେ ୧୦ଟି ରାଜ୍ୟ ଓ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳର ୨୩୦ଟି ଜିଲ୍ଲା ଅନ୍ତର୍ଗତ ୫୦ ହଜାରରୁ ଅଧିକ ଗ୍ରାମର ୬୫ ଲକ୍ଷ ଗ୍ରାମବାସୀଙ୍କୁ ସମ୍ପତ୍ତିି କାର୍ଡ ବଣ୍ଟନ କରିଛନ୍ତି । ଗ୍ରାମୀଣ ଭାରତର ଅର୍ଥନୈତିକ ପ୍ରଗତିକୁ ଆଗକୁ ନେବା ଲକ୍ଷ୍ୟରେ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ଏହି ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ କରିଥିଲେ । ଅତ୍ୟାଧୁନିକ ଡ୍ରୋନ୍ ଜ୍ଞାନକୌଶଳ ମାଧ୍ୟମରେ ଗ୍ରାମଗୁଡ଼ିକର ଜନବସତି ଅଞ୍ଚଳରେ ଘର ଥିବା ପରିବାର ଗୁଡ଼ିକୁ ଏହି ଯୋଜନା ଅଧୀନରେ ରେକର୍ଡ ଅଫ୍ ରାଇଟସ୍ ପ୍ରଦାନ କରାଯାଇଥାଏ ।

ବର୍ତମାନ ୩ ଲକ୍ଷ ୧୭ ହଜାରରୁ ଅଧିକ ଗ୍ରାମରେ ଡ୍ରୋନ୍ ସର୍ଭେ ଶେଷ ହୋଇଛି, ଯେଉଁଥିରେ ୯୨ ପ୍ରତିଶତ ଧାର୍ଯ୍ୟ ଲକ୍ଷ୍ୟ ଥିବା ଗ୍ରାମ ଗୁଡ଼ିକୁ ଅନ୍ତର୍ଭୁକ୍ତ କରାଯାଇଛି । ସେହିଭଳି ଦେଢ଼ ଲକ୍ଷରୁ ଉର୍ଦ୍ଧ ଗ୍ରାମ ଲାଗି ୨ କୋଟି ୨୫ ଲକ୍ଷ ସମ୍ପତ୍ତିି କାର୍ଡ ପ୍ରସ୍ତୁତ କରାଯାଇଛି । ପୁଡୁଚେରୀ, ଆଶାମାନ ନିକୋବର ଦ୍ୱୀପପୁଞ୍ଜ, ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ଓ ହରିଆଣାରେ ଏହି ଯୋଜନା ସମ୍ପୂର୍ଣ ରୂପେ କାର୍ଯ୍ୟକାରୀ ହୋଇସାରିଛି । ତେବେ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ଛତିଶଗଡ଼ ସମେତ ଅନ୍ୟ କେନ୍ଦ୍ର ଶାସିତ ଅଞ୍ଚଳରେ ଜୋନ ସର୍ଭେ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଥିବା ଜଣାପଡ଼ିଛି ।












Click it and Unblock the Notifications