"ଉଠ, ଜାଗ୍ରତ ହୁଅ, ଲକ୍ଷ୍ୟ ପ୍ରାପ୍ତି ନ କରିବା ଯାଏଁ କର୍ମକ୍ଷେତ୍ରରୁ ବିଚ୍ୟୁତ ହୁଅ ନାହିଁ "
ଆଜି ଅର୍ଥାତ ଜୁଲାଇ ୪ ହେଉଛି, ବିଶ୍ୱବିଜୟୀ ବିବେକାନନ୍ଦଙ୍କ ପୂଣ୍ଯ ତିଥି । ୧୯୦୨ ମସିହାରେ ଆଜିର ଦିନରେ ମାତ୍ର ୩୯ ବୟସରେ ସେ ପ୍ରାଣ ହରାଇଥିଲେ। ପ୍ରଚଣ୍ଡ ରାଷ୍ଟ୍ରଭକ୍ତି, ପ୍ରଗାଢ ବାଗ୍ମୀତାର ଅଧିକାରୀ ଥିଲା ସ୍ୱାମୀଜୀ। ଭାରତର ସମୂହ କଲ୍ୟାଣ ପାଇଁ ସେ ଦେଶବାସୀଙ୍କୁ ଶୁଣାଇଥିଲେ-ଆଗାମୀ ପଚାଶ ବର୍ଷ ଦେଶମାତୃକାର ସେବା ହିଁ ତୁମମାନଙ୍କର ପରମ ସାଧନା ହେଉ । ମାତୃଭୂମି ହିଁ ଯେପରି ଏକମାତ୍ର ଆରାଧ୍ୟ ଦେବତା ହେଉ । ସ୍ୱାମୀଜୀଙ୍କର ଏହି ଆହ୍ୱାନର ବିପୁଳ ଫଳ ହୋଇଥିଲା । "ଉଠ, ଜାଗ୍ରତ ହୁଅ, ଲକ୍ଷ୍ୟ ପ୍ରାପ୍ତି ନ କରିବା ଯାଏଁ କର୍ମକ୍ଷେତ୍ରରୁ ବିଚ୍ୟୁତ ହୁଅ ନାହିଁ ।" ଏହା ହଁ ଜୀବନ ଜିଇବାର ମାର୍ଗ । କାରଣ ଲକ୍ଷ୍ୟ ପ୍ରାପ୍ତି ନ ହେଲା ଯାଏଁ ସେ କାମ ସଂପୂର୍ଣ୍ଣ ହୁଏ ନାହିଁ । ଏହା ଥିଲା ବିବେକାନନ୍ଦଙ୍କ ବାଣୀ ।

ସେପ୍ଟେମ୍ବର 11, 1893 ରେ, ଆମେରିକାରେ ପ୍ରଥମଥର ପାଇଁ ଆଧୁନିକ ବିଶ୍ବରେ ଏକ ଅନ୍ତର୍ଜାତିକ ଧର୍ମ ମହାସଭା ଆୟୋଜିତ ହୋଇଥିଲା । ଏହି ଧର୍ମ ସଂସଦରେ ହିନ୍ଦୁ ଧର୍ମର ପ୍ରତିନିଧି ଭାବରେ ଭାରତରୁ ପ୍ରତିନିଧିତ୍ଵ କରିଥିଲେ ସ୍ଵାମୀ ବିବେକାନନ୍ଦ । ଏହି ସଭାରେ ବିବେକାନନ୍ଦ "ମୋର ପ୍ରିୟ ଆମେରିକାର ଭାଇ ଓ ଭଉଣୀମାନେ" ବୋଲି ସମ୍ବାଧନ କରିଥିଲେ । ଏହି ସମ୍ବୋଧନ ସମଗ୍ର ସଭାଗୃହରେ ଚହଳ ସୃଷ୍ଟି କରିଥିଲା। ଏଥି ସହିତ ସ୍ଵାମୀ ବିବେକାନନ୍ଦଙ୍କ ଓଜସ୍ଵୀ ଭାଷଣ ସମଗ୍ର ଆମେରିକା ସମେତ ବିଶ୍ଵର ବିଭିନ୍ନ ଦେଶରେ ଆଲୋଡନ ସୃଷ୍ଟି କରିଥିଲା । ବିଶ୍ଵବସୀଙ୍କ ମଧ୍ୟରେ ଭାରତର ମହାନ ସଂସ୍କୃତି ଓ ବେଦାନ୍ତ ଦର୍ଶନର ସରତତ୍ଵକୁ ଅତି ସରଳ ଭାବରେ ଉପସ୍ଥାପନ କରିବା ଦିଗରେ ସକ୍ଷମ ହୋଇଥିଲେ ବିବେକାନନ୍ଦ । ଭାରତକୁ ଶ୍ରେଷ୍ଠ ଭାବରେ ଉପସ୍ଥାପିତ କରିବାରେ ଏକ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ ସ୍ଵାମୀ ବିବେକାନନ୍ଦ । ଯେଉଁଥିରେ ସ୍ୱାମୀ ବିବେକାନନ୍ଦ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏଠାରେ ସେ 'ଆମେରିକାର ଭାଇ ଓ ଭଉଣୀ' କହି ହିନ୍ଦୀରେ ଭାଷଣ ଆରମ୍ଭ କରିଥିଲେ। ଶିକାଗୋର ଆର୍ଟ ଇନଷ୍ଟିଚ୍ୟୁଟରେ ତାଙ୍କର ଭାଷଣକୁ ଦୁଇ ମିନିଟ୍ ପାଇଁ ପ୍ରଶଂସା କରାଯାଇଥିଲା । ଯାହା ଭାରତ ଇତିହାସରେ ଗର୍ବ ଏବଂ ସମ୍ମାନର ଏକ ଘଟଣା ଭାବରେ ରେକର୍ଡ ହୋଇଛି ।
ସ୍ବାମୀଜୀଙ୍କ ଜନ୍ମ ଦିବସ ଜାନୁଆରୀ ୧୨କୁ ଜାତୀୟ ଯୁବ ଦିବସ ରୂପେ ପାଳନ କରାଯାଏ। ସ୍ୱାମୀଜୀଙ୍କଦ୍ୱାରା ଭାରତର ଅନେକ ସ୍ୱାଧୀନତା ସଂଗ୍ରାମୀ ପ୍ରଭାବିତ ହୋଇଥିଲେ। ସୁଭାଷ ଚନ୍ଦ୍ର ବୋଷ କହିଥିଲେ - "ଯଦି ସ୍ୱାମୀ ବିବେକାନନ୍ଦ ଆଜି ବଞ୍ଚିଥାନ୍ତେ, ତେବେ ମୁଁ ତାଙ୍କ ପାଦତଳେ ବସି ଶିକ୍ଷାଲାଭ କରିଥାନ୍ତି । କେବଳ ଭାରତରେ ନୁହେଁ, ଭାରତ ବାହାରେ ମଧ୍ୟ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ସ୍ୱାମୀଜୀଙ୍କଦ୍ୱାରା ପ୍ରଭାବିତ ହୋଇଛନ୍ତି। ନୋବେଲ ପୁରସ୍କାର ପ୍ରାପ୍ତ ରୋମାଁ ରୋଲା, ଦାର୍ଶନିକ ମାକ୍ସ ମୁଲ୍ଲାର, ବୈଜ୍ଞାନିକ ଟେସଲା ଆଦି ବ୍ୟକ୍ତିମାନେ ସ୍ୱାମୀଜୀଙ୍କ ବ୍ୟକ୍ତିତ୍ୱଦ୍ୱାରା ପ୍ରଭାବିତ ହୋଇଥିଲେ।












Click it and Unblock the Notifications