ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟରେ କଡ଼ା ଟକ୍କର, ଟ୍ରମ୍ପଙ୍କ ବିଜୟୀ ପାଇଁ ହୋମ ଯଜ୍ଞ
US Presidential Elections 2024 Results: ଆମେରିକାରେ ଜାରି ରହିଛି ରାଷ୍ଟ୍ରପତି ନିର୍ବାଚନ । ଡୋନାଲ୍ଡ ଟ୍ରମ୍ପ ଏବଂ କମଲା ହାରିସଙ୍କ ମଧ୍ୟ କଡ଼ା ଟକ୍କର ହେଉଥିବାର ଦେଖିବା ପାଇଁ ମିଳୁଛି । ଆମେରିକା ନିର୍ବାଚନ ଫଳାଫଳ ଉପରେ ରହିଛି ସାରା ବିଶ୍ୱର ନଜର । ବର୍ତ୍ତମାନର ଟ୍ରେଣ୍ତ ଅନୁସାରେ, ଟ୍ରମ୍ପ ରହିଛନ୍ତି ଆଗରେ । ସେପଟେ ଟ୍ରମ୍ପଙ୍କ ବିଜୟ ପାଇଁ ଦିଲ୍ଲୀର ସାଧୁମାନେ ହୋମ ଯଜ୍ଞ କରୁଛନ୍ତି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସାଧୁମାନେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭୋଟ୍ ଦେବା ପାଇଁ ଅପିଲ୍ କରିଛନ୍ତି । ଆମେରିକାର ନିର୍ବାଚନରେ ଟ୍ରମ୍ପଙ୍କ ବିଜୟ ପାଇଁ ଆଧ୍ୟାତ୍ମିକ ଗୁରୁ ଏବଂ ମହାମଣ୍ଡଳେଶ୍ୱର ସ୍ୱାମୀ ବେଦାମୁତି ନନ୍ଦ ସରସ୍ୱତୀ ହୋମ ଯଜ୍ଞ କରୁଥିବାରେ ଦେଖିବା ପାଇଁ ମିଳିଥିଲା ।
#WATCH | Delhi: Spiritual leader Mahamandelshwar Swami Vedmutinand Saraswati performs hawan and rituals for the victory of Former US President Donald Trump in the US Presidential elections. pic.twitter.com/XYYNT4Pqgv
— ANI (@ANI) November 3, 2024
ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପାଇଁ ସାଧୁମାନେ ମନ୍ତ୍ରୋଚରାଣ କରୁଥିବାର ଦେଖିବା ପାଇଁ ମିଳୁଛି । ସ୍ୱାମୀ ସରସ୍ୱତୀ ଶଙ୍ଖ ବଜାଇ ପୂଜା ଆରମ୍ଭ କରୁଛନ୍ତି ଏବଂ ତାଙ୍କ ହାତରେ ଟ୍ରମ୍ପଙ୍କ ପୋଷ୍ଟରଦେଖିବା ପାଇଁ ମିଳୁଛି ।












Click it and Unblock the Notifications