ସପାରୁ ଇସ୍ତଫା ଦେବା ପରେ ସ୍ୱାମୀ ପ୍ରସାଦ ଗଢିଲେ ନୂଆଦଳ
ଲକ୍ଷ୍ନୌ: ଦଶନ୍ଧି ଧରି ବିଏସପିରେ ରହିବା ପରେ, ପରେ ବିଜେପି ଏବଂ ଦୁଇ ବର୍ଷ ସମାଜବାଦି ପାର୍ଟିରେ ରହିଥିବା ୭୦ ବର୍ଷ ବୟସ୍କ ଭେଟେରାନ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବୁଧବାର ଦିନ ତାଙ୍କ ନୂଆ ଦଳ ଘୋଷଣା କରିଛନ୍ତି । ଦଳର ନାମ ରାଷ୍ଟ୍ରିୟ ଶୋଶିତ ସମାଜ ପାର୍ଟି (ଆରଏସଏସପି) ରଖାଯାଇଛି । ଦିଲ୍ଲୀରେ ହେବାକୁ ଥିବା ଶ୍ରମିକ ସମାବେଶରେ ହେବାକୁ ଥିବା ଲୋକସଭା ନିର୍ବାଚନ ସମ୍ପର୍କରେ ସେ ତାଙ୍କ କାର୍ଡ ମଧ୍ୟ ପ୍ରକାଶ କରିଛନ୍ତି ।
ତିନି ଦିନ ପୂର୍ବେ ସ୍ୱାମୀ ପ୍ରସାଦ ଏସପିଙ୍କ ପ୍ରାଥମିକ ସଦସ୍ୟତା ଏବଂ ଏମଏଲସି ପଦରୁ ଇସ୍ତଫା ଦେଇଥିଲେ । ବାସ୍ତବରେ ରାଷ୍ଟ୍ରୀୟ ଶୋଷିତ ସମାଜ ପାର୍ଟି ଔପଚାରିକ ଭାବେ ୨୦୧୩ ରେ ଗଠନ କରାଯାଇଥିଲା । ଏହି ପାର୍ଟିର ଗଠନ ସାହେବ ସିଂ ଘନଗର ଅଲ୍ଲିଗଡରେ କରିଥିଲେ । ହେଲେ ସେତେବେଳେ ଏହି ପାର୍ଟି ଆଗକୁ ବଢିପାରି ନଥିଲା । ଏବେ ସ୍ୱାମୀପ୍ରସାଦ ମୌର୍ଯ୍ୟ ଏହି ପାର୍ଟିକୁ ଆଗକୁ ନେବେ । କେବଳ ସେତିକି ନୁହେଁ ଆଗାମୀ ଲୋକସଭା ନିର୍ବାଚନରେ ଏହି ପାର୍ଟି ଅଖିଳେଶ ଯାଦବଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିପାରେ ।

ଏହାପୂର୍ବରୁ ଫେବୃଆରୀ ୧୩ ରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସପାର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ ଏବଂ ହାଇ କମାଣ୍ଡ ଙ୍କ ଉପରେ ଭେଦଭାବର ଅଭିଯୋଗ ଲଗାଇଥିଲେ । ସ୍ୱାମୀ ୨୦ ବର୍ଷ ଧରି ବିଏସପିରେ ବରିଷ୍ଠ ପଦବୀରେ ରହିଥିଲେ ଏବଂ ମାୟାବତୀ ସରକାରରେ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ରହିଥିଲେ । ଏହା ପରେ, ୨୦୧୭ ନିର୍ବାଚନ ପୂର୍ବରୁ ସ୍ୱାମୀ ପକ୍ଷ ପରିବର୍ତ୍ତନ କରି ବିଜେପିରେ ଯୋଗ ଦେଇଥିଲେ ।
ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଯେତେବେଳେ ସରକାର ଗଠନ ହେଲା ସେତେବେଳେ ସ୍ୱାମୀଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା । କିନ୍ତୁ ମାତ୍ର ୫ ବର୍ଷ ପରେ ସେ ବିଜେପିକୁ ନେଇ ନିରାଶ ହୋଇଥିଲେ ଏବଂ ୨୦୨୨ ନିର୍ବାଚନରେ ସପାରେ ହୋଇଥିଲେ ସାମିଲ । ପରେ ବିଧାନସଭା ନିର୍ବାଚନରେ କୁଶୀନଗର ଜିଲ୍ଲାର ଫାଜିଲନଗର ଆସନରୁ ସାପା ସ୍ୱାମୀ ପ୍ରସାଦଙ୍କୁ ଟିକେଟ୍ ଦେଇଥିଲା । କିନ୍ତୁ ସେ ନିର୍ବାଚନରେ ୨୬ ହଜାର ଭୋଟରେ ବିଜେପି ପ୍ରାର୍ଥୀଙ୍କ ଠୁ ପରାଜିତ ହୋଇଥିଲେ ।












Click it and Unblock the Notifications