ସୌମ୍ୟ ହତ୍ୟା ମାମଲାରେ; ଗଙ୍ଗୱାରଙ୍କ ସଂପୃକ୍ତିକୁ ନେଇ ଖୋଲିଲା ଗୁମର
ବାଲିଅନ୍ତାରେ ଘଟିଥିବା ବହୁଚର୍ଚ୍ଚିତ ସୌମ୍ୟରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଖୋଲିଲା ଗୁମର। ଏଡିଜି ଦୟାଲ ଗଙ୍ଗୱାରଙ୍କୁ ସଂପୃକ୍ତିକୁ ନେଇ ଯାହା ସନ୍ଦେହ କରାଯାଉଥିଲା ତାହାର ଖୋଲିଲା ଗୁମର।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶକ୍ରମେ ଗୁରୁବାର ତାଙ୍କୁ ଏଡିଜି ଦୟାଲ ଗଙ୍ଗୱାରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।କ୍ରାଇମବ୍ରାଞ୍ଚ ରିପୋର୍ଟ ଅଧାରରେ ପୋଲିସ ଡିଜି ଗୃହ ବିଭାଗକୁ ଦେଇଥିବା କନଫିଡେନସିଆଲ୍ ରିପୋର୍ଟ ପାଇବା ପରେ କାର୍ଯ୍ୟନୁଷ୍ଠାନ ନେଲେ ମୁଖ୍ୟମନ୍ତ୍ରୀ। ଦୟାଲ ଗଙ୍ଗୱାର ନିଜ ଘରେ ମୃତ ଜିଆରପି କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କ ସମେତ ୮ କନେଷ୍ଟବଳଙ୍କୁ କାମ କରାଉଥିଲେ ବୋଲି ରିପୋର୍ଟରେ ସାମ୍ନାକୁ ଆସିଛି।

ଏପରିକି ରେଳବାଇ ଓ ତଟ ସୁରକ୍ଷା ଏଡିଜି ପଦରୁ ହଟିବା ପରେ ମଧ୍ୟ ସମସ୍ତ କନେଷ୍ଟବଳଙ୍କୁ ନିଜ ଘରେ ପାରିବାରିକ କାର୍ଯ୍ୟରେ ରଖିଥିଲେ। ଏ ସମ୍ପର୍କରେ ଏକ ଗୋପନୀୟ ରିପୋର୍ଟ ଦାଖଲ କରାଯାଇଛି। ଜିଆର୍ପି କନଷ୍ଟେବଳ ସୌମ୍ୟ ମୃତ୍ୟୁ ମାମଲାରେ ଯୋଗାଯୋଗ ବିଭାଗର ଏଡିଜି ଥିବା ଶ୍ରୀ ଗଙ୍ଗୱାର ବିବାଦକୁ ଆସିଥିଲେ। ତେଣୁ ତାଙ୍କୁ ରାଜ୍ୟ ସରକାର ଗୃହ ବିଭାଗରେ ଓଏସ୍ଡି ଭାବେ ବଦଳି କରିଥିଲେ। ସୌମ୍ୟଙ୍କୁ ଶ୍ରୀ ଗଙ୍ଗୱାର ମାନସିକ ଓ ଶାରୀରିକ ନିର୍ଯାତନା ଦେବା ସହ ଘରୋଇ କାମରେ ନିୟୋଜିତ କରିଥିଲେ ବୋଲି ସୌମ୍ୟଙ୍କ ବାପା ଓ ମା' ଅଭିଯୋଗ କରିଥିଲେ। ବ୍ୟକ୍ତିଗତ କାର୍ଯ୍ୟରେ ଲଗାଉଥିବା ଅଭିଯୋଗର ସତ୍ୟତା ଯାଞ୍ଚ ଲାଗି ରେଳପଥ ଓ ଉପକୂଳ ସୁରକ୍ଷା ଏଡିଜି ଅରୁଣ ବୋଥ୍ରାଙ୍କୁ ତଦନ୍ତ ଦାୟିତ୍ବ ଦିଆଯାଇଥିଲା। ଏହି ରିପୋର୍ଟ ଆଧାରରେ ସରକାର ତାଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି। ସୌମ୍ୟଙ୍କ ମୃତ୍ୟୁ ଦିନ ସତ୍ୟବିହାରସ୍ଥିତ ଜିମ୍ରୁ ବୋର୍ଡ ହଟାଇ ଦିଆଯାଇଥିବାରୁ ଶ୍ରୀ ଗଙ୍ଗୱାର ସମ୍ପୃକ୍ତ ରହିଥିବା ଅଭିେଯାଗ କରି ସୌମ୍ୟଙ୍କ ବନ୍ଧୁ ନିଶିକାନ୍ତ ମହାନ୍ତି ତାଙ୍କୁ ବିବାଦ ଭିତରକୁ ଟାଣିଥିଲେ। ସୌମ୍ୟଙ୍କୁ ଶ୍ରୀ ଗଙ୍ଗୱାର ଧମକଚମକ ଦେବା କଥା ସେ ଡାଏରିରେ ଲେଖିଥିବା କହିଥିଲେ। କ୍ରାଇମବ୍ରାଞ୍ଚ ସୌମ୍ୟଙ୍କ ଡାଏରି ଜବତ କରି କିଛି ନୂଆ ତଥ୍ୟ ମଧ୍ୟ ପାଇଥିବା ଜଣାପଡ଼ିଛି। ସେଭଳି ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି)ରେ ମଧ୍ୟ ଶ୍ରୀ ଗଙ୍ଗୱାରଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ତାଙ୍କୁ ପଚରାଉଚରା କରାଯାଇଥିବା ଏନ୍ଏଚ୍ଆର୍ସି ସଦସ୍ୟ କହିଥିବା ବେଳେ ସେ କିନ୍ତୁ ଏହାକୁ ଖଣ୍ଡନ କରିଥିଲେ।












Click it and Unblock the Notifications