ସରୁନି ସସପେନସ, ପାକିସ୍ତାନରେ କିଏ ଗଢିବ ସରକାର ?
ସରୁନି ସସପେନସ । ସରକାର ଗଠନ ନେଇ ଆସିପାରୁନି ସ୍ପଷ୍ଟ ଚିତ୍ର । ଦିନ ପରେ ଦିନ ଗଡୁଛି ହେଲେ ସରକାର କିଏ ଗଢିବ ତା ଏବେ ବି ଟେନସନ । ସରକାର ଗଠନ ପାଇଁ ଦୁଇ ଦଳ ସହମତି ହୋଇଥିବା ସୂଚନା ମିଳିଛି। ପିଏମଏଲଏନ ୭୫ ଆସନ ପାଇଥିବାବେଳେ ପିପିପି ୫୪ ଆସନ ହାସଲ କରିଛି । ପାକିସ୍ତାନ ତେହରିକ ଇ ଇନସାଫ ସମର୍ଥିତ ସ୍ବାଧୀନ ପ୍ରାର୍ଥୀଙ୍କ ସଂଖ୍ଯା ୧୦୧ ରହିଛି ।

ସେହିପରି ୧୭ ଆସନ ଲାଭ କରିଥିବା ମୁତାହିଦା କ୍ବାମୀ ମୁଭମେଣ୍ଟ ସହ ମଧ୍ଯ ସରକାର ଗଠନ ଲାଗି ପିଏମଏଲଏନ ଓ ପିପିପି ଆଲୋଚନା କରିଛନ୍ତି । ୩୩୬ ଆସନ ବିଶିଷ୍ଟ ନ୍ଯାସନାଲ ଆସେମ୍ୱଲିରେ ଜଣେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ନିଜ ସପକ୍ଷରେ ୧୬୯ ପ୍ରାର୍ଥୀଙ୍କ ସମର୍ଥନ ଆବଶ୍ଯକ ।
ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ପାକିସ୍ତାନ ମୁସଲିମ ଲିଗ-ଏନ ଓ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ନେତୃତ୍ବାଧୀନ ପାକିସ୍ତାନ ପିପୁଲସ ପାର୍ଟି ମଧ୍ଯରେ ସରକାର ଗଠନ ନେଇ ଆଲୋଚନା ଚାଲିଛି ବୋଲି କୁହାଯାଉଛି । ଦେଶକୁ ରାଜନୈତିକ ଅସ୍ଥିରତାରୁ ରକ୍ଷା କରିବା ପାଇଁ ଦୁଇ ଦଳ ମଧ୍ଯରେ ଚେଷ୍ଟା ଜାରି ରହିଛି ବୋଲି କୁହାଯାଇଛି।
ପିଟିଆଇ ଅନ୍ଯ କୌଣସି ସ୍ବୀକୃତିପ୍ରାପ୍ତ ଦଳ ସହ ମିଶି ସରକାର ଗଠନ ଲାଗି ପ୍ରସ୍ତୁତ କରୁଛି । ରାଷ୍ଟ୍ରପତି ଆରିଫ ଆଲଭି ଆସନ୍ତା ଫେବ୍ରୁଆରୀ ୨୯ ସୁଦ୍ଧା ନ୍ଯାସନାଲ ଆସେମ୍ୱଲି ଅଧିବେଶନ ଡାକିବା ଲାଗି ଖୁବ୍ ଶୀଘ୍ର ସମନ ଜାରି କରିବେ ବୋଲି ସୂଚନା ମିଳିଛି ।












Click it and Unblock the Notifications