କଂଗ୍ରେସକୁ ଲଗିଲା ଝଟ୍‌କା , ହାତ ଛାଡ଼ି ପଦ୍ମ ଧରିଲେ ଏହି ସାଂସଦ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଲୋକସଭା ନିର୍ବାଚନକୁ ନେଇ ରାଜନୈତିକ ମାହୋଲ ରହିଛି ବେସ୍ ସରଗରମ । ଶାସକ ବିରୋଧୀ କରୁଛନ୍ତି ଜୋରଦାର ପ୍ରଚାର । ଦେଶରେ କିଭଳି କ୍ଷମତା ଗାଦିକୁ କଂଗ୍ରେସ ଫେରିବ ସେ ନେଇ ଜୋର ଦାର ପ୍ରୟାସ ଚଳାଇଛି । କିନ୍ତୁ ଲୋକସଭା ନିର୍ବାଚନ ପାଖଉଥିବା ବେଳେ ଏବେ କଂଗ୍ରେସକୁ ଲାଗିଛି ଏକ ବଡ଼ ଝଟକ । ପଞ୍ଜାବରେ କଂଗ୍ରେସ ଏକ ବଡ଼ ଝଟ୍‌କା ଲାଗିଛି । କ୍ୟାପଟେନ ଅମରିନ୍ଦର ସିଂଙ୍କ ସ୍ତ୍ରୀ ତଥା ଏମ୍‌ପି ପରିନୀତି କୌର ହାତଛାଡ଼ି ଭାଜପାରେ ଯୋଗ ଦେଇଛନ୍ତି ।

ଏହାପୂର୍ବରୁ ପରିନୀତି ଭାରତୀୟ ଜାତୀୟ କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଥିଲେ । ସେବେଠାରୁ ସେ ଖୁବ ଶୀଘ୍ର ଭାଜପାରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା । ପ୍ରୀତି ହେଉଛନ୍ତି କ୍ୟାପଟେନ ଅମରିନ୍ଦର ସିଂଙ୍କ ପତ୍ନୀ । ସେ ପଞ୍ଜାବର 'ରାଜକୀୟ ଆସନ' ପଟିଆଲାରୁ ଚାରିଥର କଂଗ୍ରେସ ଏମ୍‌ପି ହୋଇଛନ୍ତି । ସେ ବର୍ତ୍ତମାନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି । ଭାଜପାରେ ଯୋଗଦେବା ପରେ ସେ କହିଛନ୍ତି, ମୁଁ ଆଜି ଭାଜପାରେ ଯୋଗ ଦେଉଛି ।

Preneet Kaur

ମୁଁ ଗତ ୨୫ ବର୍ଷ ଧରି ଗଣତନ୍ତ୍ର ପାଇଁ କାର୍ଯ୍ୟ କରିଛି । ଆଜି ହେଉଛି ସେହି ସମୟ ଯାହା ଆମ ପିଲାମାନଙ୍କର ଆସନ୍ତାକାଲିକୁ ଭଲ କରିପାରେ । ସେ ଆହୁରି କହିଛନ୍ତି ଯେ,ମୋଦି ଜୀଙ୍କର କାର୍ଯ୍ୟ ଏବଂ ନୀତି ଦେଖିବା ପରେ ଏବଂ ମୁଁ ଚାଲିଥିବା ବିକଶିତ ଭାରତର କାର୍ଯ୍ୟକ୍ରମରେ ପ୍ରଭାବିତ ହେବା ପରେ ମୁଁ ଭାଜପାରେ ଯୋଗ ଦେଉଛି । କେବଳ ମୋଦି ଜିଙ୍କ ନେତୃତ୍ୱରେ ଆମେ ଆମର ପିଲା ଏବଂ ଦେଶକୁ ସୁରକ୍ଷିତ ରଖିପାରିବା । ମୁଁ ପ୍ରଧାନମନ୍ତ୍ରୀ ମୋଦି, ଜେପି ନଡା ଏବଂ ଭାଜପାକୁ ଧନ୍ୟବାଦ ଦେଉଛି । ଜଣାଶୁଣା ଯେ ପ୍ରୀତି କୌର ଗତ ୨୫ ବର୍ଷ ଧରି ପଟିଆଲା ଲୋକସଭା ଆସନରୁ ନିର୍ବଚନ ଲଢୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+