Get Updates
Get notified of breaking news, exclusive insights, and must-see stories!

ଦେଶରେ ସରୁନି କରୋନା ଭୟ, ଆନ୍ଧ୍ରରେ ଭୟ ବଢାଉଛି ଆନ୍ଥ୍ରାକ୍ସ

ଆନ୍ଧ୍ରପ୍ରଦେଶର ଅଲୁରିସୀତାରାମାରାଜୁ ଜିଲ୍ଲାର ଦୋରାଗୁଡା ଗାଁରେ ଆନ୍ଥ୍ରାକ୍ସ ଭୟ। ଚିନ୍ତାରେ ଗ୍ରାମବାସୀ । ଗାଁରେ ମେଡିକାଲ କ୍ୟାମ୍ପ ସାହାଯ୍ୟରେ ଚାଲିଛି ନମୁନା ପରୀକ୍ଷା।

ଅମରାବତୀ: କରୋନା, ମଙ୍କିପକ୍ସ , ଟମାଟୋ ଫ୍ଲୁ ପରେ ଆନ୍ଧ୍ରପ୍ରଦେଶରେ ମାଡିବାରେ ଲାଗିଛି ଆନ୍ଥ୍ରାକ୍ସ ରୋଗ । ଆନ୍ଧ୍ର ପ୍ରଦେଶର ଅଲୁରିସୀତାରାମାରାଜୁ ଜିଲ୍ଲାର ଦୋରାଗୁଡା ଗାଁରେ ବ୍ୟାପିଛି ଏହି ରୋଗ । ଏହା ପୂର୍ବରୁ ଲକ୍ଷ୍ମୀପୁରମ ପଞ୍ଚାୟତର ଦୋରାଗୁଡା ଗାଁରେ ଆନ୍ଥ୍ରାକ୍ସ 10 ଶିଶୁଙ୍କ ପ୍ରାଣ ନେଇଥିବା ଖବର ରହିଛି ।

ANTHRAX
ବର୍ତ୍ତମାନ ଗାଁରେ କିଛି ପିଲାଙ୍କ ଠାରେ ଆନ୍ଥ୍ରାକ୍ସର ଲକ୍ଷଣମାନ ଦେଖାଦେଇଛି । ଏହାପରେ ସ୍ଥାନୀୟ ଆଶାକର୍ମୀ ଖବର ପାଇବା କ୍ଷଣି ରୋଗୀଙ୍କ ଫଟୋ ଉଠାଇ ଡାକ୍ତରଙ୍କ ପାଖକୁ ପଠାଇବା ସହିତ ପରୀକ୍ଷା ନେଇ କହିଥିଲେ । ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୋରାଗୁଡା ଗାଁରେ ଏକ ମେଡିକାଲ କ୍ୟାମ୍ପର ଆୟୋଜନ କରାଯାଇଥିଲା । ଡାକ୍ତରୀ ଦଳ ଗାଁର 15 ଜଣଙ୍କ ଠାରେ ରୋଗ ଲକ୍ଷଣ ଦେଖିଥିବାବେଳେ, ସେମାନଙ୍କ ମଧ୍ୟରୁ 7 ଜଣଙ୍କର ଲକ୍ଷଣ ଅତି ଗୁରୁତର ଥିବା ସ୍ପଷ୍ଟ କରିଥିଲେ ଡାକ୍ତରୀ ଟିମ । ସମସ୍ତ ଆକ୍ରାନ୍ତଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ବିଶାଖାପାଟନମ କେଜିଏଚ୍‌କୁ ପଠାଯିବା ନେଇ ଡାକ୍ତର ସୂଚନା ଦେଇଛନ୍ତି ।

ରୋଗ ମାଡିବା ପୂର୍ବରୁ ଗାଁର ଗାଈଗୁଡିଙ୍କୁ ଟିକା ଦିଆଯାଇଛି । ରାଜ୍ୟ ସ୍ବାସ୍ଥ୍ୟ ବିଭାଗର କମିଶନର ଜେ ନିଭା କହିଛନ୍ତି, ''ଜିଲ୍ଲାର ମୁଞ୍ଚାଙ୍ଗିପୁଟୁରେ ଆନ୍ଥ୍ରାକ୍ସ ଲକ୍ଷଣ ଥିବା ସନ୍ଦେହରେ ସାତ ଜଣଙ୍କୁ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ରକ୍ତ ନମୁନାକୁ ପରୀକ୍ଷଣ ପାଇଁ ପଠାଯାଇଥିଲା ।'' କିନ୍ତୁ ରିପୋର୍ଟ ନେଗେଟିଭି ଆସିଥିଲା।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+