Get Updates
Get notified of breaking news, exclusive insights, and must-see stories!

ସୋମବାର ଶପଥ ନେବେ ଦେଶର ୫୩ତମ ସିଜେଆଇ ସୂର୍ଯ୍ୟକାନ୍ତ

ସୋମବାର ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଦେଶର ୫୩ତମ ପ୍ରଧାନ ବିଚାରପତି(ସିଜେଆଇ) ଭାବେ ଶପଥ ନେବେ । ରାଷ୍ଟ୍ରପତି ଭବନରେ ହେବାକୁ ଥିବା ଏହି ଶପଥ ଗ୍ରହଣ ସମାରୋହରେ ବିଶ୍ୱର ୬ଟି ଦେଶର ମୁଖ୍ୟ ନ୍ୟାୟାଧୀଶ ଯୋଗ ଦେବେ । ଏଥିସହ ସୁପ୍ରିମକୋର୍ଟର ଇତିହାସରେ ପ୍ରଥମ ଥର ଲାଗି କୌଣସି ସିଜେଆଇଙ୍କ ଶପଥ ଗ୍ରହଣରେ ଏତେ ସଂଖ୍ୟାରେ ଅନ୍ୟ ଦେଶର ନ୍ୟାୟିକ ପ୍ରତିନିଧିମଣ୍ଡଳ ଉପସ୍ଥିତ ରହିବେ ।

Justice Surya Kant

ସମାରୋହରେ ଭୁଟାନ, କେନିୟା, ମାଲେସିଆ, ମରିସସ୍, ନେପାଳ ଏବଂ ଶ୍ରୀଲଙ୍କାର ମୁଖ୍ୟ ନ୍ୟାୟାଧୀଶ, ସୁପ୍ରିମକୋର୍ଟର ବିଚାରପତି ଏବଂ ସେମାନଙ୍କ ପରିବାର ସଦସ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି । ବର୍ତ୍ତମାନର ସିଜେଆଇ ଜଷ୍ଟିସ୍ ବି.ଆର୍.ଗଭଇଙ୍କ କାର୍ଯ୍ୟକାଳ ଆସନ୍ତାକାଲି ଶେଷ ହେଉଛି । ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସ୍ଥାନ ନେବେ । ସିଜେଆଇ ଭାବେ ତାଙ୍କ କାର୍ଯ୍ୟକାଳ ପ୍ରାୟ ୧୪ ମାସର ରହିବ । ୨୦୨୭ ଫେବ୍ରୁଆରୀ ୯ ତାରିଖରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଅବସର ନେବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+