ଆଶ୍ଚର୍ଯ୍ୟ ! ପାଇଖାନା ଥିଲେ ଏଣିକି ଟିକସ ନେବେ ସରକାର, ଜାଣନ୍ତୁ କେଉଁଠି?

ଏଥର 'ପାଇଖାନା ପାଇଁ ଟିକସ' ଦେବାକୁ ପଡ଼ିବ। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଘରେ ଯେତେ ଅଧିକ ପାଇଖାନା ରଖିବେ ସେତେ ଅଧିକ ଟିକସ ପୈଠ କରିବାକୁ ହେବ। ପାଇଖାନା ପିଛା ୨୫ ଟଙ୍କା ଲେଖାଏଁ ଟିକସ ଦେବାକୁ ପଡ଼ିବ। ଗୁରୁତର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ହିମାଚଳ ପ୍ରଦେଶର ସୁଖବିନ୍ଦର ସିଂହ ସୁଖୁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଭାରତରେ ପ୍ରଥମ ଥର ପାଇଁ ଏଭଳି ଟିକସ ଲଗାଯାଇଛି।

Government of Himachal Pradesh

ହିମାଚଳ ସରକାର ଏ ନେଇ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି। ଏହା ଅନୁଯାୟୀ କେବଳ ସ୍ବରେଜ ବ୍ୟବସ୍ଥା ଥିବା ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳରେ ଏହି ଟିକସ ଲାଗିବ। ସ୍ବରେଜ ବିଲ୍‌ ସହିତ ଅତିରିକ୍ତ ଶୁଳ୍କକୁ ଜଳସମ୍ପଦ ବିଭାଗ ଖାତାକୁ ଟ୍ରାନ୍ସଫର କରାଯିବ। ସ୍ବରେଜ ବ୍ୟବସ୍ଥା ନ ଥିଲେ ଏହି ଟିକସ ଦେବାକୁ ପଡ଼ିବନି। ରାଜ୍ୟ ସରକାର ଲୋକଙ୍କୁ ମାଗଣା ପାଣି ଦେବା ମଧ୍ୟ ବନ୍ଦ କରିଦେଇଛନ୍ତି। ଏଥିପାଇଁ ମାସକୁ ୧୦୦ ଟଙ୍କା ଆଦାୟ କରାଯାଉଛି। ଏବେ ପାଣି ସହିତ ପାଇଖାନା ଶୁଳ୍କ ବି ଦେବାକୁ ହେବ।

ଏହି ନିଷ୍ପତ୍ତିକୁ ନେଇ କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ତୀବ୍ର ସମାଲୋଚନା କରିଛନ୍ତି। ସୀତାରମଣ କହିଛନ୍ତି ଯେ ହିମାଚଳର କଂଗ୍ରେସ ସରକାର 'ଟଏଲେଟ ଟ୍ୟାକ୍ସ' ବି ନେଉଛନ୍ତି। ଏହା ଅବିଶ୍ବସନୀୟ ହେଲେ ବି ଯଦି ସତ ହୁଏ ତେବେ ଅତ୍ୟନ୍ତ ଲଜ୍ଜାଜନକ। ସେହିପରି ସରକାରଙ୍କ ବୁଦ୍ଧି ଭ୍ରଷ୍ଟ ହୋଇଯାଇଛି ବୋଲି ନଡ୍ଡା କହିଛନ୍ତି। ବିବାଦ ବଢ଼ିବା ପରେ ମୁଖ୍ୟମନ୍ତ୍ରୀ ସୁଖୁ ସାମ୍ନାକୁ ଆସି କୌଣସି ଟିକସ ଲଗା ଯାଇ ନ ଥିବା କହିଛନ୍ତି। ହରିୟାଣା ନିର୍ବାଚନ ପାଇଁ ଏପରି କରାଯାଉଛି। ବିଜେପି କେବେ ହିନ୍ଦୁ-ମୁସଲମାନ ତ ଆଉ କେବେ ସ୍ବରେଜ କଥା କହୁଛି। ଅନ୍ୟପକ୍ଷରେ ଏ ସମ୍ବନ୍ଧିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ନିଆଯାଇଛି ବୋଲି ହିମାଚଳର ଅତିରିକ୍ତ ମୁଖ୍ୟ ସଚିବ (ଜଳସମ୍ପଦ ବିଭାଗ) ଡ.ଓମ୍‌କାର ଚନ୍ଦ୍ର ଶର୍ମା କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+