ଗୁଜରାଟ ସୁରଟରେ ଭୁଶୁଡ଼ିଲା ୬ ମହଲା କୋଠା: ୭ ମୃତ
Surat Multi-story Building Collapse: ଶନିବାର ପ୍ରବଳ ବର୍ଷା ହେତୁ ଗୁଜରାଟର ସୁରଟରେ ଥିବା ଏକ ବହୁ ମହଲା କୋଠା ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ 7 ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏବେ ମଧ୍ୟ ଏହି ଭଗ୍ନ କୋଠା ତଳେ ଅନେକ ଲୋକ ଫସି ରହିଥିବାର ଆଶଙ୍କା ରହିଛି ।

ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଘଟଣାସ୍ଥଳରେ ଏନଡିଆରଏଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଗତ 12 ଘଣ୍ଟା ଧରି ଏଠାରେ ଉଦ୍ଧାର କାର୍ଯ୍ୟ ଯାରି ରହିଛି । ଦୁର୍ଘଟଣା ପରେ ଜଣେ ମହିଳାଙ୍କୁ ତୁରନ୍ତ ଉଦ୍ଧାର କରାଯାଇଥିବାବେଳେ ବିଳମ୍ବିତ ରାତିରେ ଅନ୍ୟ ତିନି ଜଣଙ୍କ ମୃତଦେହ ବାହାରକୁ ନିଆଯାଇଥିଲା। ପୋଲିସ କମିଶନର ଅନୁପମ ସିଂ ଗେହଲଟ କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଚାଲିଛି, ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି।












Click it and Unblock the Notifications