ସୁପ୍ରିୟାଙ୍କ ବୟାନ, ମହାରାଷ୍ଟ୍ର ରାଜନୀତିରେ ବଡ଼ ହଲଚଲ!

ମହାରାଷ୍ଟ୍ରରେ ପରିବାର ରାଜନୀତି ସବୁବେଳେ ଚର୍ଚ୍ଚାରେ ରହିଥାଏ । କେତେବେଳେ ଠାକରେ ପରିବାରରେ ବିବାଦ ତ ଆଉ କେତେବେଳେ ପାଓ୍ବାର ପରିବାରରେ । ଏବେ ଉଭୟ ପରିବାର ଏକ ହେବା କଥା ଗଣମାଧ୍ୟମରେ ଆରମ୍ଭ ହୋଇଛି ଚର୍ଚ୍ଚା । ତେବେ ନିକଟରେ ଶରଦ ପାଓ୍ବାରଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେ ଭାଇ ଶରଦ ପାଓ୍ବାରଙ୍କ ସମ୍ପର୍କରେ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି ।

ସୁପ୍ରିୟା ସୁଲେ ଶରଦ ପାଓ୍ବାରଙ୍କ ସାନ ଝିଅର ନିର୍ବନ୍ଧ ଭୋଜିରେ ଯୋଗ ଦେଇଥିଲେ । ଏହାସହ ନିକଟରେ ତିନୋଟି ରାଜନୈତିକ ବୈଠକରେ ଏକାଠି ଗୋଟିଏ ମଞ୍ଚରେ ଶରଦ-ଅଜିତ ନଜର ଆସିଥିଲେ । ଯାହାକୁ ନେଇ ଏକାଠି ହେବେ ବୋଲି କୁହାଯାଉଛି । ସେପଟେ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛନ୍ତି ସୁପ୍ରିୟା ସୁଲେ ।

ସେ କହିଛନ୍ତି କି, ଆମ ପରିବାରରେ କୌଣସି ମତଭେଦ ନାହିଁ । ରାଜନୀତିରେ ମତଭେଦ ଥାଇପାରେ । କିନ୍ତୁ ସମ୍ପର୍କ ଆଜି ମଧ୍ୟ ଭଲ ରହିଛି । ପାୱାର ପରିବାର କେବେ ବିଭାଜିତ ହୋଇନାହିଁ, ସମସ୍ତ ଭାଇଭଉଣୀ ଆମର ପୂର୍ବପୁରୁଷଙ୍କ ଦ୍ୱାରା ଶିକ୍ଷା ଦିଆଯାଇଥିବା ମୂଲ୍ୟବୋଧ ସହିତ ବଢ଼ିଛନ୍ତି।

supriya sule

ଆମର ରାଜନୈତିକ ମତଭେଦ ଥାଇପାରେ, କିନ୍ତୁ ଆମେ ଏହାକୁ କେବେବି ଆମର ବ୍ୟକ୍ତିଗତ ସମ୍ପର୍କରେ ପ୍ରଭାବ ପକାଇବାକୁ ଦେଇନାହୁଁ। ଶରଦ ପାୱାରଙ୍କ ବିଷୟରେ କହିବା ସମୟରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସମ୍ପ୍ରତି ନରମ ସ୍ୱର ଗ୍ରହଣ କରିଥିଲେ ବୋଲି ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ସୁଲେ କହିଛନ୍ତି, "ଯଦି ଦାଦା ନରମ ହୋଇଛନ୍ତି, ତେବେ ଏହାକୁ ସମସ୍ତେ ସ୍ୱାଗତ କରୁଛନ୍ତି।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+