Get Updates
Get notified of breaking news, exclusive insights, and must-see stories!

ଦେଶରେ ରାଜନେତାଙ୍କ ଭାଷଣ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ, ରାଜନେତା ବଢ଼ାନ୍ତୁ ଦେଶରେ ଭାଇଚାରା

ଦେଶରେ ରାଜନେତାଙ୍କ ଭାଷଣ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । ଏକ ମାମଲାର ଶୁଣାଣିବେଳେ ସୁପ୍ରିମକୋର୍ଟ କହିଥିଲେ, ରାଜନେତାମାନେ ଦେଶରେ ଭାଇଚାରା ବଢ଼ାଇବା ଲାଗି କାମ କରିବା ଉଚିତ । ସାମ୍ବିଧାନିକ ମୂଲ୍ୟ ବିରୋଧୀ ରାଜନୈତିକ ଭାଷଣ ଏବଂ ଗଣମାଧ୍ୟମରେ ବୟାନବାଜି ଉପରେ ମାର୍ଗଦର୍ଶିକା ଜାରି କରିବା ଦାବିରେ ଏହି ପିଟିସନ ହୋଇଥିଲା । ଶିକ୍ଷାବିତ୍‌ ରୂପ ରେଖା ବର୍ମାଙ୍କ ସମେତ ୧୨ ଜଣ ଦାଏର କରିଥିବା ଏହି ପିଟିସନ ଉପରେ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ମନା କରିଛନ୍ତି । ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟକାନ୍ତ, ଜଷ୍ଟିସ୍‌ ବି.ଭି ନାଗରତ୍ନା ଏବଂ ଜଷ୍ଟିସ୍‌ ଜୟମାଲ୍ୟ ବାଗ୍‌ଚିଙ୍କ ଖଣ୍ଡପୀଠ ଏହାର ଶୁଣାଣି କରୁଥିଲେ ।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ଭାଷଣ ଏବଂ ଆସାମ ବିଜେପି ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଭିଡିଓକୁ ନେଇ ବିବାଦ ପରେ ଏହି ପିଟିସନ ହୋଇଥିଲା । ଏଥିରେ ଏକ ବିଶେଷ ସମୁଦାୟକୁ ଟାର୍ଗେଟ କରାଯାଉଥିବା ପିଟିସନରେ କୁହାଯାଇଥିଲା । ପିଟିସନରଙ୍କ ଓକିଲ କପିଲ ସିବଲ କହିଥିଲେ, ଦେଶରେ ପରିବେଶ ବିଷାକ୍ତ ହେବାରେ ଲାଗିଛି । କୌଣସି ଜଣେ ନେତା ନୁହେଁ ବରଂ ସବୁ ରାଜନେତାଙ୍କ ଭାଷଣର ଉତ୍ତରଦାୟିତ୍ୱ ସ୍ଥିର କରିବା ଲାଗି ମାର୍ଗଦର୍ଶିକା ଜରୁରି । ତେବେ ଖଣ୍ଡପୀଠ ସିବଲଙ୍କ ଯୁକ୍ତିରେ ସହମତ ହୋଇ ନ ଥିଲେ ।

sc

ସିଜେଆଇ ସୂର୍ଯ୍ୟକାନ୍ତ କହିଥିଲେ, ଏହି ପିଟିସନ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର କେତେଜଣ ବଛା ବଛା ବ୍ୟକ୍ତିଙ୍କ ବିରୋଧରେ କରାଯାଇଛି । ଏହାକୁ ପ୍ରତ୍ୟାହାର କରି ଆଉ ଏକ ପିଟିସନ କରାଯାଉ, ଯେଉଁଥିରେ ରାଜନୈତିକ ଦଳ କିପରି ନିୟମ ଉଲ୍ଲଂଘନ କରୁଛନ୍ତି ତାହା ଦର୍ଶାଯାଉ । ଏକ ନିରପେକ୍ଷ ପିଟିସନ ଉପରେ ଶୁଣାଣି କରିବାକୁ ଆମେ ପ୍ରସ୍ତୁତ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଶୁଣାଣି ବେଳେ ଜଷ୍ଟିସ୍‌ ନାଗରତ୍ନା କହିଥିଲେ, ରାଜନେତାମାନେ ଦେଶରେ ଭାଇଚାରା ବଢ଼ାଇବା ଉଚିତ । ଯଦି ଆମେ ଗାଇଡଲାଇନ ବନାଇ ଦେଉଛୁ, ତେବେ ତାହାର ପାଳନ କିଏ କରିବ? ଭାଷଣର ଉତ୍ପତ୍ତି ବିଚାରଧାରାରୁ ହୋଇଥାଏ । ଆପଣ ବିଚାରଧାରାକୁ କିପରି ନିୟନ୍ତ୍ରଣ କରିପାରିବେ? ଆମକୁ ସାମ୍ବିଧାନିକ ମୂଲ୍ୟ ଅନୁରୂପ ବିଚାରକୁ ପ୍ରୋତ୍ସାହନ କରିବାକୁ ହେବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+