ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି, ସ୍କୁଲରେ ଛାତ୍ରୀଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ଦେବାକୁ ନିର୍ଦ୍ଦେଶ
ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । ମାସିକ ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟ ଓ ସ୍ବଚ୍ଛତା ରକ୍ଷା ଏବେ ଜୀବନ ଜିଇଁବାର ଅଧିକାର । ସମ୍ବିଧାନର ଧାରା ୨୧ ଅନୁଯାୟୀ ଜଣେ ମହିଳାଙ୍କର ମୌଳିକ ବଞ୍ଚିବା ଅଧିକାର। ସ୍କୁଲରେ ଛାତ୍ରୀଙ୍କୁ ମାଗଣା ସାନିଟାରୀ ପ୍ୟାଡ୍ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲରେ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ୍ ଯୋଗାଇ ଦେବାକୁ କୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ ।

ସ୍କୁଲଗୁଡ଼ିକରେ ଝିଅମାନଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ଏବଂ ପ୍ୟାଡ୍ ପକାଇବା ପାଇଁ ବ୍ୟବସ୍ଥା ବା ପ୍ୟାଡ ଡିସପୋଜାଲ ମେକାନିଜମ କରିବାକୁ ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି । ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା ଅଭାବରୁ ଯେପରି କୌଣସି ଛାତ୍ରୀଙ୍କ ପାଠପଢ଼ାରେ ବାଧା ନଆସେ, ସେଥିପାଇଁ ସରକାର ଜାତୀୟ ନୀତି ପ୍ରସ୍ତୁତ କରନ୍ତୁ। ମାସିକ ଋତୁସ୍ରାବ ସମୟରେ ସ୍ୱାସ୍ଥ୍ୟ ରକ୍ଷା କରିବା ଏବଂ ଏଥିପାଇଁ ସାନିଟାରୀ ପ୍ୟାଡ୍ ପାଇବା ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ 'ଜୀବନ ଜିଇଁବାର ଅଧିକାର' ର ଏକ ଅଂଶ।
ବିଚାରପତି ଜେ.ବି. ପର୍ଦିୱାଲା ଏବଂ ବିଚାରପତି ଆର୍. ମହାଦେବନଙ୍କ ଖଣ୍ଡପୀଠ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସାରା ଦେଶର ସରକାରୀ ଏବଂ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲଗୁଡ଼ିକରେ ଛାତ୍ରୀମାନଙ୍କ ପାଇଁ କେନ୍ଦ୍ର ସରକାରଙ୍କ 'ମାସିକ ଧର୍ମ ସ୍ୱାସ୍ଥ୍ୟ ନୀତି' କୁ କିପରି ସଠିକ୍ ଭାବେ ଲାଗୁ କରାଯାଇପାରିବ, ସେହି ସମ୍ପର୍କିତ ଏକ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି।












Click it and Unblock the Notifications