ବୁଲଡୋଜର ଆକ୍ସନ ବିରୋଧରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ,କହିଲେ ପୁଅର ଭୁଲ ପାଇଁ ବାପାଙ୍କ....

ନୂଆଦିଲ୍ଲୀ : ଉଦୟପୁରରେ ଛୁରାମାଡ଼ ଅଭିଯୋଗରେ ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର ଚାଲୁଥିବା ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି, ଉଦୟପୁରରେ ରହୁଥିବା ୬୦ ବର୍ଷୀୟ ଖାନଙ୍କ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନରେ କୁହାଯାଇଥିଲା ଯେ, ତାଙ୍କ ଘର ଜିଲ୍ଲା ପ୍ରଶାସନ ୧୭ ଅଗଷ୍ଟ ୨୦୨୪ରେ ଭାଙ୍ଗିଦେଇଥିଲେ।

ଏହି ସମସ୍ତ ଘଟଣା ଉଦୟପୁରରେ ଉତ୍ତେଜିତ ସାଂପ୍ରଦାୟିକ ହିଂସା ପରେ ହୋଇଥିଲା, ଯେଉଁଥିରେ ଅନେକ ଯାନବାହନକୁ ନିଆଁ ଲଗାଯାଇଥିଲା ଏବଂ ନିଷେଧାଦେଶ ଲାଗୁ ହେବା ପରେ ବଜାରକୁ ବନ୍ଦ କରାଯାଇଥିଲା। ଏହି ଘଟଣା ଏକ ମୁସଲିମ ଛାତ୍ର ହିନ୍ଦୁ ସହପାଠୀଙ୍କୁ ଛୁରୀରେ ଆକ୍ରମଣ କରିବା ପରେ ହୋଇଥିଲା। ଏହି ଘଟଣାରେ ସହପାଠୀ ଜଣଙ୍କର ମୃତ୍ୟୁ ଘଟିଥିଲା। ଖାନ ଅଭିଯୁକ୍ତ ଛାତ୍ରଙ୍କ ବାପା ଅଟନ୍ତି।

supreme court

ଅଭିଯୁକ୍ତ ବାଳକଙ୍କ ପିତାଙ୍କ ଘରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ଶୁଣାଣି ବେଳେ କୋର୍ଟ କହିଛନ୍ତି, ପୁଅର ଭୁଲ ହେତୁ ବାପାଙ୍କ ଘର ଭାଙ୍ଗିବା ଠିକ ନୁହେଁ। ଶୁଣାଣି ସମୟରେ ୟୁପି ସରକାର ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ମ୍ୟୁନିସିପାଲିଟି ନିୟମ ଅନୁଯାୟୀ, କେବଳ ନୋଟିସ ଦେଇ ବେଆଇନ ନିର୍ମାଣକୁ ଭାଙ୍ଗି ଦିଆଯାଇପାରେ।

କାହାର କୌଣସି ଅପରାଧରେ ଅଭିଯୁକ୍ତ କାରଣରୁ ନୁହେଁ। ଏହା ଉପରେ କୋର୍ଟ କହିଛନ୍ତି ଯେ, ଏ ବାବଦରେ କିଛି ନିର୍ଦ୍ଦେଶାବଳୀ ସ୍ଥିର କରିବାର ଆବଶ୍ୟକତା ରହିଛି, ଯାହାକୁ ସମସ୍ତ ରାଜ୍ୟ ଅନୁସରଣ କରିବା ଉଚିତ୍‌।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+