ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ନେଇ ମହିଳାଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ
ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ମୌଖିକ ଟିପ୍ପଣୀ ଦେଇଛନ୍ତି। ଏକ ବଳାତ୍କାର ମାମଲାର ଜାମିନ ଆବେଦନ ଶୁଣାଣି ସମୟରେ ଜଷ୍ଟିସ୍ ବିଭି ନାଗରତ୍ନ ଏବଂ ଜଷ୍ଟିସ୍ ଉଜ୍ଜଲ ଭୁୟାଁଙ୍କ ଖଣ୍ଡପୀଠ କହିଛନ୍ତି ଯେ, 'ବିବାହ ପୂର୍ବରୁ ପୁଅ ଓ ଝିଅ ପରସ୍ପର ପାଇଁ ଅଜଣା ହୋଇଥିବାରୁ ଏଭଳି ସମ୍ପର୍କ ରଖିବା ପୂର୍ବରୁ ଯଥେଷ୍ଟ ସତର୍କତା ଅବଲମ୍ବନ କରିବା ଉଚିତ୍'।
ସୋମବାର ଦିନ ସୁପ୍ରିମ୍ କୋର୍ଟ ପ୍ରେମ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ସମ୍ବନ୍ଧୀୟ ଏକ ମାମଲାରେ ଜାମିନ୍ ଆବେଦନ ଶୁଣାଣି କରି କଠୋର ମତାମତ ଦେଇଛନ୍ତି। ଜଷ୍ଟିସ୍ ବି.ଭି. ନାଗରତ୍ନା ଓ ଜଷ୍ଟିସ୍ ଉଜ୍ଜ୍ୱଳ ଭୁୟାଁଙ୍କୁ ନେଇ ଗଠିତ ବେଞ୍ଚ ଜଣେ ଅଭିଯୁକ୍ତଙ୍କ ଜାମିନ୍ ଆବେଦନ ଶୁଣାଣି କରିଥିଲେ। ଅଭିଯୋଗ ଅନୁସାରେ, ସେ ବିବାହ କରିବାର ପ୍ରତିଶ୍ରୁତି ଦେଇ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ସେତେବେଳେ ସେ ପୂର୍ବରୁ ବିବାହିତ ଥିଲେ ଏବଂ ପରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ।

ଶୁଣାଣି ସମୟରେ ଜଷ୍ଟିସ୍ ନାଗରତ୍ନା କହିଥିଲେ ଯେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିଲେ ବି ସତର୍କତା ଅବଲମ୍ବନ କରିବା ଆବଶ୍ୟକ। ହୋଇପାରେ ଆମେ ପୁରୁଣା ଧାରଣାର, କିନ୍ତୁ ବିବାହ ପୂର୍ବରୁ ପୁଅ ଝିଅ ଅଜଣା ହୋଇଥାନ୍ତି। ସେମାନଙ୍କ ସମ୍ପର୍କ କେତେ ଗଭୀର ନଥାଏ । ବିବାହ ପୂର୍ବରୁ ସେମାନେ କିପରି ଶାରୀରିକ ସମ୍ପର୍କରେ ରହିପାରନ୍ତି ଆମେ ବୁଝି ପାରୁନାହୁଁ..." ବୋଲି ବେଞ୍ଚ କହିଛନ୍ତି ।
ସେଥିଲାଗି ବେଞ୍ଚ ପରାମର୍ଶ ଦେଇଛନ୍ତି କି ଆପଣମାନେ ଖୁବ ସତର୍କ ରହିବା ଦରକାର। ବିବାହ ପୂର୍ବରୁ କାହାକୁ ଅନ୍ଧ ଭାବେ ବିଶ୍ୱାସ କରିବା ଉଚିତ୍ ନୁହେଁ। ସୂଚନା ଅନୁସାରେ ଅଭିଯୋଗକାରିଣୀ ମହିଳା ଓ ଅଭିଯୁକ୍ତ ପୁରୁଷ ୨୦୨୨ରେ ଏକ ବିବାହ ସେବା ୱେବସାଇଟ୍ ମାଧ୍ୟମରେ ପରିଚିତ ହୋଇ ଥିଲେ। ଆଉ ପୁରୁଷ ଜଣକ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ । ଯାହା ଦୁବାଇ ପର୍ଯ୍ୟନ୍ତ ଲମ୍ବି ଥିଲା । ତେବେ ଅଭିଯୋଗ ପକ୍ଷ ଏହା ମଧ୍ୟ କହିଥିଲେ ଯେ ସେମାନଙ୍କ ଶାରୀରିକ ସମ୍ପର୍କର ଭିଡିଓ ମହିଳାଙ୍କ ଅନୁମତି ବିନା ରେକର୍ଡ କରାଯାଇଥିଲା । ସେଗୁଡ଼ିକୁ ବାହାରେ ଛାଡ଼ି ଦେବାକୁ ଧମକ ଦିଆ ଯାଇଥିଲା।
ତେବେ ଏକଥା ମଧ୍ୟ ସତ କି ମହିଳା ଜଣକ ଜାଣିଥିଲେ ଯେ ପୁରୁଷଟିଏ ପୂର୍ବରୁ ବିବାହିତ ଥିଲେ । ପୁଣି ଜାନୁଆରୀ ୨୦୨୪ରେ ପଞ୍ଜାବରେ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ। ଜଷ୍ଟିସ୍ ନାଗରତ୍ନା ପଚାରି ଥିଲେ ଯେ ବିବାହ ପୂର୍ବରୁ ସେ କାହିଁକି ଦୁବାଇକୁ ଗଲେ। ଏହାର ଉତ୍ତରରେ ସରକାରୀ ଓକିଲ କହିଥିଲେ ଯେ ଦୁଇଜଣ ବିବାହ ସାଇଟ୍ରେ ପରିଚିତ ହୋଇ ବାହା ହେବାକୁ ଯୋଜନା କରୁଥିଲେ। ଜଷ୍ଟିସ୍ ପୁଣି କହିଥିଲେ, ଯଦି ମହିଳା ବାହା ହେବାକୁ ଇଚ୍ଛା କରିଥିଲେ ତେବେ ବିବାହ ପୂର୍ବରୁ ଦୁବାଇ ଯିବା ଉଚିତ୍ ନଥିଲା। ଆମେ ସେମାନଙ୍କୁ ମଧ୍ୟସ୍ଥତା ପାଇଁ ପଠାଇବୁ। ଯେଉଁଠାରେ ସହମତିରେ ସମ୍ପର୍କ ଗଢ଼ି ଉଠିଛି, ସେଥିରେ ସେମାନଙ୍କ ବିରୋଧରେ ଅପରାଧ ମାମଲା ଚାଲାଇ ଦଣ୍ଡିତ କରିବା ଉଚିତ ନୁହେଁ ବୋଲି ବେଞ୍ଚ କହିଛନ୍ତି । ବୁଧବାର ଦିନ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ..... -
ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ












Click it and Unblock the Notifications