UP Madrasa Act: ଉତ୍ତରପ୍ରଦେଶରେ ଚାଲୁ ରହିବ ୧୬ ହଜାର ମଦ୍ରାସା
UP Madrasa Act: ୟୁପି ମଦ୍ରାସା ଆକ୍ଟକୁ ସୁପ୍ରିମକୋର୍ଟ ନେଇଛନ୍ତି ବଡ଼ ନିଷ୍ପତ୍ତି । ଆହ୍ଲାବାଦ ହାଇକୋର୍ଟ (22 ମାର୍ଚ୍ଚ 2024) ର ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରି ୟୁପି ମଦରସା ଆଇନର ସାମ୍ବିଧାନିକତାକୁ ସମର୍ଥନ କରିଛନ୍ତି। ସୁପ୍ରିମକୋର୍ଟ 'ଉତ୍ତରପ୍ରଦେଶ ମଦ୍ରାସା ଶିକ୍ଷା ବୋର୍ଡ ଆକ୍ଟ -୨୦୦୪'କୁ ବୈଧ ବୋଲି ଦର୍ଶାଇଛନ୍ତି ।
ଆହ୍ଲାବାଦ ହାଇକୋର୍ଟ 22 ମାର୍ଚ୍ଚ 2024ରେ ଏହି ମାମଲାର ଶୁଣାଣି କରି ମଦ୍ରାସା ଶିକ୍ଷା ବୋର୍ଡ ଅଧିନିୟମକୁ ଖାରଜ କରିବା ସହ ଛାତ୍ରଛାତ୍ରୀଙ୍କୁ ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ହାଇକୋର୍ଟଙ୍କର ଏହି ଆଦେଶକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ।

ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ସମେତ ଜଷ୍ଟିସ ଜେ.ବି ପାରଦୀୱାଲା ଓ ଜଷ୍ଟିସ ମନୋଜ ମିଶ୍ରଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି। ଏହା ଧର୍ମନିରପେକ୍ଷତାର ନୀତି ଉଲ୍ଲଂଘନ କରୁନଥିବା ଦର୍ଶାଇ ହାଇକୋର୍ଟଙ୍କ ନିଷ୍ପତ୍ତିରେ ତ୍ରୁଟି ଥିବା ଦର୍ଶାଇଛନ୍ତି ଖଣ୍ଡପୀଠ। ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ନେଇ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ ଚନ୍ଦ୍ରଚୂଡ଼ କହିଛନ୍ତି ଏହା ଠିକ୍ ନୁହେଁ।












Click it and Unblock the Notifications