For Quick Alerts
Turn On Notification  
For Daily Alerts
Oneindia App Download

ଲଖିମପୁର ଖେରି ହିଂସାକାଣ୍ଡକୁ ମାମଲା ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ

By Staff
|

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସାକାଣ୍ଡକୁ ମାମଲା ଆଜି ଶୁଣାଣି କରିବେ ସୁପ୍ରିମ କୋର୍ଟ । ହିଂସାକାଣ୍ଡ ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିଜ ଆଡୁ ମାମଲା ରୁଜୁ କରି ଶୁଣାଣି କରିବେ ସୁପ୍ରିମକୋର୍ଟ।

supreme court

ପ୍ରଧାନ ବିଚାରପତି ଜଷ୍ଟିସ ଏନ୍. ଭି. ରମଣାଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ । ଏହି ଖଣ୍ଡପୀଠରେ ଅଛନ୍ତି ଜଷ୍ଟିସ ସୂର୍ୟ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲି। ସୁପ୍ରିମକୋର୍ଟ କଣ ନିଷ୍ପତ୍ତି ଶୁଣାଇବେ ତାଉପରେ ସମସ୍ତଙ୍କର ନଜର ରହିଛି।ଗତ ୩ ତାରିଖରେ ଲଖିମପୁର ଖେରିରେ ଆନ୍ଦୋଳନକାରୀ କୃଷକଙ୍କ ଉପରେ ଗାଡ଼ି ଚଢ଼ାଇ ଦିଆଯାଇଥିଲା । ଏଥରେ ୪ ଜଣ କୃଷକଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ତେଜିଥିଲା ହିଂସାକାଣ୍ଡ । ଉତ୍ୟକ୍ତ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲା ଦୁଇ ଜଣ ବିଜେପି ନେତା, ଗାଡ଼ି ଡ୍ରାଇଭର ଓ ଜଣେ ସାମ୍ବାଦିକ । ହିଂସାକାଣ୍ଡରେ ସେମାନଙ୍କର ଜୀବନ ଯାଇଛି ।

ଅଭିଯୋଗ ହୋଇଛି କୃଷକଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ପୁଅ ଆଶିଷ ମିଶ୍ର ଗାଡ଼ି ଚଢ଼ାଇଥିଲେ । ସେହି ଗାଡ଼ିରେ ବସିଥିଲେ ଆଶିଷ । ଏହି ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଓ ତାଙ୍କ ପୁଅ ନାଁରେ ମାମଲା ରୁଜୁ ହୋଇଛି । କିନ୍ତୁ ଏଯାଏ ପୋଲିସ କାହାରିକୁ ଗିରଫ କରିନାହିଁ । ଆଶିଷ ମିଶ୍ରଙ୍କ ଗିରଫ ଓ ଅଜୟ ମିଶ୍ରଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର ଦାବି କରୁଛନ୍ତି ବିଭିନ୍ନ ରାଜନୈତିକ ଦଳ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Supreme Court to hear Lakhimpur Kheri case today
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X