କୁକୁରଙ୍କୁ ସ୍ଥାନାନ୍ତର ଓ ବନ୍ଧ୍ୟାକରଣ ପ୍ରସଙ୍ଗ, ଆଜି ଆସିବ ସୁପ୍ରିମ ରାୟ

ଦିଲ୍ଲୀ ଏନସିଆରରେ ବୁଲା କୁକୁରଙ୍କୁ ସ୍ଥାନାନ୍ତର ଉପରେ ଆଜି ଆସିବ ସୁପ୍ରିମ ରାୟ । ସୁପ୍ରିମକୋର୍ଟ ନିର୍ଦ୍ଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ ପଶୁ ଅଧିକାର ସଙ୍ଗଠକ । ଆଜି ଜଷ୍ଟିସ୍ ବିକ୍ରମ ନାଥ, ସଞ୍ଜୀବ ମେହେଟା ଏବଂ ଏନଭି ଅଞ୍ଜାରିଆଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ ।

୮ ସପ୍ତାହ ଭିତରେ ଦିଲ୍ଲୀ ଏନସିଆରରେ ଥିବା ସବୁ କୁକୁରଙ୍କୁ ଧରି ଶେଲଟରକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟଙ୍କ ଦୁଇ ଜଣିଆ ଖଣ୍ଡପୀଠ । ଦିଲ୍ଲୀ ଏନସିଆରରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢ଼ି ଚାଲିଛି । ଏଥିପାଇଁ ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି କହିଥିଲେ ।

ତେଣୁ ୮ ସପ୍ତାହ ଭିତରେ ସବୁ କୁକୁରଙ୍କ ଧରି ସେଲଟର୍ ପଠାଇବାକୁ ଅଗଷ୍ଟ ୧୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । କୁକୁର କାମୁଡା ଅଭିଯୋଗ ଆସିବାର ୪ ଘଣ୍ଟା ଭିତରେ କାମୁଡିଥିବା କୁକୁରକୁ ଧରିବାକୁ କହିଥିଲେ । ଏହାକୁ ବ୍ୟାପକ ବିରୋଧ କରାଯାଇଥିଲା । ଏହି ନିର୍ଦ୍ଦେଶକୁ ଅମାନବିକ ବୋଲି କହିଥିଲେ ପଶୁ ଅଧିକାର ସଙ୍ଗଠନ ।

Supreme Court to deliver verdict on dog

ପୌର କର୍ତ୍ତୃପକ୍ଷଙ୍କୁ ସାରା ଦିଲ୍ଲୀରୁ ବୁଲା କୁକୁରଙ୍କୁ ଧରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବଂ ଆଠ ସପ୍ତାହ ମଧ୍ୟରେ ଅତି କମରେ ୫,୦୦୦ ପଶୁଙ୍କ ପାଇଁ ଆଶ୍ରୟସ୍ଥଳୀ ନିର୍ମାଣ କରନ୍ତୁ । ଏହି ନିର୍ଦ୍ଦେଶନାମା ଖୁବ୍ ଶୀଘ୍ର ବିବାଦୀୟ ହୋଇପଡ଼ିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+