"ଅକ୍ସିଜେନ୍ ଉତ୍ପାଦନ ବଢାଅ" : ଟାସ୍କଫୋର୍ସର ପ୍ରଥମ ବୈଠକରେ ଦେଲା କେନ୍ଦ୍ର ସରକାରଙ୍କୁ ପରାମର୍ଶ
ସୁପ୍ରିମକୋର୍ଟ ଦ୍ୱାରା ଗଠିତ ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି
ନୂଆଦିଲ୍ଲୀ: ସାରା ଦେଶରେ ଏବେ ଅକ୍ସିଜେନ୍ ଅଭାବ। ବିଭିନ୍ନ ହସ୍ପିଟାଲକୁ ଠିକ୍ ସମୟରେ ଅକ୍ସିଜେନ୍ ଯୋଗାଣ ହୋଇ ପାରୁନଥିବାରୁ ଅନେକ ଆକ୍ରାନ୍ତଙ୍କ ମୃତ୍ୟୁ ହେଉଛି । ଯେଉଁ ରାଜ୍ୟମାନଙ୍କୁ ଅକ୍ସିଜେନର ନିହାତି ଆବଶ୍ୟକତା ରହିଛି ସେହି ସବୁ ରାଜ୍ୟକୁ ଅକ୍ସିଜେନ୍ ପହଞ୍ଚାଇବା ପାଇଁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ ହୋଇଥିଲା। ଏହି ଟିମକୁ ଅକ୍ସିଜେନ୍ ଆବଣ୍ଟନ ଏବଂ ଏହାର ଯୋଗାଣରେ ଉପୁଜୁଥିବା ସମସ୍ୟାକୁ ଦୂର କରିବା ଦାୟିତ୍ୱ ଦିଆଯାଇଥିଲା । ତେବେ ଏନେଇ ଗଠନ ହୋଇଥିବା ଟାସ୍କ ଫୋର୍ସର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପସ୍ଥିତ ଥିବା ଏହି 12 ଜଣ ସଦସ୍ୟ ବିଶିଷ୍ଟ ଟାସ୍କଫୋର୍ସର ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ପକ୍ଷରୁ ଅମ୍ଳଜାନ ଯୋଗାଣ ବୃଦ୍ଧି ଦିଗରେ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିଥିଲେ।

ସେହିପରି ଅନୁଷ୍ଠିତ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏବଂ କେନ୍ଦ୍ର ସଚିବ (ଏମଓଆରଟିଏଚ) ଗିରିଧର ଆରାମେନ ମଧ୍ୟ ଉପସ୍ଥିତ ଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଦଳରେ ଅଳ୍ପ କିଛି ବିଶେଷଜ୍ଞ କରିପାରିବେ। ନୀତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଭି କେ ପଲ୍, ଏମ୍ସ ନୂଆଦିଲ୍ଲୀର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ଆଇସିଏମଆର ମହାନିର୍ଦ୍ଦେଶକ ତଥା ସଚିବ (ଡିଏଚଆର) ବଳରାମ ଭାର୍ଗମ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡିଜିଏଚଏସ ସୁନିଲ କୁମାର ବୈଠକରେ ସ୍ୱତନ୍ତ୍ର ଆମନ୍ତ୍ରିତ ବ୍ୟକ୍ତି ଭାବରେ ଯୋଗଦେଇଥିଲେ।
ଜାତୀୟ ଟାସ୍କଫୋର୍ସର ସମସ୍ତ ସଦସ୍ୟ ଦେଶରେ ଅମ୍ଳଜାନ ଉତ୍ପାଦନ ଏବଂ ତାହାର ଉପଲବ୍ଧତା, ଡାକ୍ତରୀ ଅମ୍ଳଜାନ ଚାହିଦାର ପରିଚାଳନା ଏବଂ କେଉଁ ସ୍ୱାସ୍ଥ୍ୟଗତ ସ୍ଥିତି ଆଧାରରେ ଜଣେ ବ୍ୟକ୍ତି ଡାକ୍ତରୀ ଅମ୍ଳଜାନ ବ୍ୟବହାର କରିବା ଆବଶ୍ୟକ ସେ ସମ୍ପର୍କରେ କେତେକ ନିର୍ଦ୍ଦିଷ୍ଟ ପ୍ରସ୍ତାବ ଦେଇଥିଲେ ।












Click it and Unblock the Notifications