କୋଲକାତା ବଳାତ୍କାର-ହତ୍ୟା ମାମଲା; ନିଜ ଆଡୁ ମାମଲା ରୁଜୁ କଲେ ସୁପ୍ରିମକୋର୍ଟ ,ଆସନ୍ତା ୨୦ରେ ହେବ ଶୁଣାଣି
କୋଲକାତା: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ସାରା ଦେଶରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଏହାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି। ଏବେ ଏସବୁ ଭିତରେ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ହସ୍ତକ୍ଷେପ କରିଛନ୍ତି ସୁପ୍ରିମକୋର୍ଟ। କୋର୍ଟ ନିଜ ଆଡୁ ମାମଲା ରୁଜୁ କରି ଏହାର ଶୁଣାଣି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଜଷ୍ଟିସ ଚନ୍ଦ୍ରଚୂଡ଼, ଜଷ୍ଟିସ ଜେବି ପାରଡିୱାଲା ଓ ଜଷ୍ଟିସ ମନୋଜ ମିଶ୍ରାଙ୍କ ଖଣ୍ଡପୀଠ ଏହାର ଶୁଣାଣି ଆସନ୍ତା ୨୦ ତାରିଖରେ କରିବେ। ଜନସାଧାରଣଙ୍କର ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରି ନିଜ ଆଡୁ ମାମଲା ରୁଜୁ କରିବା ସହିତ ତାହାର ଶୁଣାଣି କରିପାରିବାର ପ୍ରାବଧାନ ରହିଛି। ବିଶେଷ କରି ଜନତାଙ୍କ ମୌଳିକ ଅଧିକାର ଏବଂ ସୁରକ୍ଷାକୁ ନେଇ ସମସ୍ୟା ଉପୁଜିଲେ ସର୍ବୋଚ୍ଚ ନ୍ୟାୟାଳୟ ସୁଓ ମୋଟୁ କଗ୍ନିଜାନ୍ସ(ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିବା) ବଳରେ ଏହାର ବିଚାର କରିଥାଆନ୍ତି।

ଅଗଷ୍ଟ ୯ ତାରିଖରେ କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସେମିନାର ରୁମରୁ ୩୧ ବର୍ଷୀୟ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ଘଟଣା ବିରୋଧରେ ପୂରା ଦେଶରେ ବିକ୍ଷୋଭ ଦେଖିବାକୁ ମିଳିଥିଲା। ଘଟଣାର ୧୨ ଘଣ୍ଟା ମଧ୍ୟରେ ପୁଲିସ୍ ସିଭିକ ସ୍ୱେଚ୍ଛାସେବୀ ସଞ୍ଜୟ ରୟକୁ ଗିରଫ କରିଥିଲା












Click it and Unblock the Notifications