Supreme Court: ସବୁଠୁ ପ୍ରଦୂଷିତ ସହରର ତାଲିକା ମାଗିଲେ ସୁପ୍ରିମକୋର୍ଟ

ପ୍ରଦୂଷଣ ସାରା ଦେଶର ଏବେ ସମସ୍ୟା । ସୁପ୍ରିମକୋର୍ଟ ସୋମବାର ଏ ନେଇ କହିବା ସହ ଅତ୍ୟଧିକ ପ୍ରଦୂଷିତ ସହରଗୁଡ଼ିକର ତାଲିକା ଦାଖଲ ଲାଗି ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଦିଲ୍ଲୀ ଅଞ୍ଚଳ (ଏନ୍‌ସିଆର୍‌) ରେ ବାୟୁ ଗୁଣବତ୍ତା ଚିହ୍ନଟ ଏବଂ ସମସ୍ୟାର ସମାଧାନ ପାଇଁ ବାୟୁ ଗୁଣବତ୍ତା ପରିଚାଳନା କମିଶନ (ସିଏକ୍ୟୁଏମ୍‌) ଗଠନ କରାଯାଇଛି।

ଅନୁରୂପ ଆୟୋଗ ସମସ୍ତ ରାଜ୍ୟରେ ଗଠନ କରିବାକୁ ସର୍ବୋଚ୍ଚ ଅଦାଲତ ପରାମର୍ଶ ଦେଇଛନ୍ତି । ଆମେ ସୁପ୍ରିମକୋର୍ଟରେ ବସି ଦିଲ୍ଲୀର ବାୟୁ ପ୍ରଦୂଷଣ ସମସ୍ୟାର ସମାଧାନ କରଥିବା ନେଇ ଭୁଲ୍‌ ସଙ୍କେତ ଦେବାକୁ ଚାହୁଁନାହୁଁ ବୋଲି ଜଷ୍ଟିସ୍‌ ଅଭୟ ଏସ୍‌. ଓକା ଏବଂ ମନମୋହନଙ୍କ ଖଣ୍ଡପୀଠ କହିଛନ୍ତି ।

Supreme Court

ଏନ୍‌ସିଆର୍‌ ବାହାରେ ସହରଗୁଡ଼ିକରେ ପ୍ରଦୂଷଣ ନିରୋଧୀ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ ନ ଥିବାରୁ ଦିଲ୍ଲୀରେ ଜିଆର୍‌ଏପି (ଗ୍ରେଡେଡ୍‌ ରେସ୍ପନ୍ସ ଆକ୍ସନ ପ୍ଲାନ୍‌) କଟକଣା ବିଫଳ ହୋଇଥିବା କୋର୍ଟ କମିଶନ ଜଣାଇଥିଲେ। ଗତ ମାସରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତ୍ୟନ୍ତ ଗମ୍ଭୀର ସ୍ଥିତିରେ ପହଞ୍ଚତ୍ବାରୁ ଜିଆର୍‌ଏପି-୪ ଲାଗୁ ହୋଇଥିଲା । ପ୍ରଦୂଷଣ ହ୍ରାସ ପରେ କଟକଣା କୋହଳ ହୋଇଥିଲା । ସୋମବାର ପୁନର୍ବାର ବାୟୁ ମାନ ସୂଚକାଙ୍କ ୪୦୦ ଟପିବାରୁ ଜିଆର୍‌ଏପି-୪ ଲାଗୁ ହୋଇଛି । ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଅନ୍‌ଲାଇନ ପାଠପଢ଼ା ସହ ଡିଜେଲ ଗାଡ଼ି ଚଳାଚଳ ବନ୍ଦ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+