ସୁପ୍ରିମକୋର୍ଟଙ୍କ ବଡ ରାୟ, ନିର୍ବାଚନ ବଣ୍ଡ ଉପରେ ଲାଗିଲା ରୋକ୍
ନିର୍ବାଚନ ବଣ୍ଡକୁ ନେଇ ସୁପ୍ରିମକୋର୍ଟ ଏକ ବଡ ରାୟ ଦେଇଛନ୍ତି । ଶୀର୍ଷ ଅଦାଲତ କହିଛନ୍ତି ଅଜ୍ଞାତ ନିର୍ବାଚନ ବଣ୍ଡ ଯୋଜନା ସୂଚନା ଅଧିକାର ଏବଂ ଧାରା ୧୯ (୧) (କ) ର ଉଲ୍ଲଂଘନ ଅଟେ। ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ରାୟ ଦେଇ କହିଛନ୍ତି ଯେ, ଦଳ ପାଇଁ ଡୋନେସନ୍ ଅର୍ଥ କେଉଁଠୁ ଆସୁଛି ଏସବୁ ଜାଣିବାର ଅଧିକାର ଦେଶର ନାଗରିକଙ୍କର ରହିଛି। ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏହା ଉପରେ ରୋକ୍ ଲଗାଇଲେ କୋର୍ଟ ।

କୋର୍ଟ କହିଛନ୍ତି ଯେ, ନିର୍ବାଚନୀ ବଣ୍ଡ ସୂଚନା ଅଧିକାର ନିୟମକୁ ଉଲଂଘନ କରୁଛି । ଭୋଟରଙ୍କୁ ସବୁ ରାଜନୈତିକ ଦଳର ଫଣ୍ଡିଙ୍ଗ ବାବଦରେ ଜାଣିବାର ଅଧିକାର ରହିଛି । ଏହା ସହ ବଣ୍ଡ୍ କିଣିବାବାଲାଙ୍କ ଲିଷ୍ଟକୁ ମଧ୍ୟ ସାର୍ବଚନୀନ କରିବା ବାଧ୍ୟତାମୂଳକ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
ପ୍ରଧାନ ବିଚାରପତି କହିଛନ୍ତି ରାଜନୈତିକ ଦଳଗୁଡିକ ଗ୍ରହଣ କରିଥିବା ପାଣ୍ଠି ବିଷୟରେ ଭୋଟରଙ୍କ ଜାଣିବାର ଅଧିକାର ରହିଛି। ରାଜନୈତିକ ଦଳଗୁଡିକର ପାଣ୍ଠି ବିଷୟରେ ସୂଚନା ରହିବା ଦ୍ୱାରା ଲୋକମାନେ ସେମାନଙ୍କର ଫ୍ରାଞ୍ଚାଇଜ ଚଳାଇବା ପାଇଁ ସ୍ପଷ୍ଟତା ପ୍ରଦାନ କରନ୍ତି। ନିର୍ବାଚନ ବଣ୍ଡ ଯୋଜନାକୁ ଅଣସାମ୍ବିଧାନିକ ବୋଲି ସୁପ୍ରିମକୋର୍ଟ ଘୋଷଣା କରିଛନ୍ତି।
୨୦୧୮ରେ ନିର୍ବାଚନ ବଣ୍ଡ ଯୋଜନା ଘୋଷଣା କରାଯାଇଥିଲା। ଏହି ଯୋଜନାକୁ ସୁପ୍ରିମକୋର୍ଟରେ କମନ କାଉଜ, ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ ଏବଂ କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ସମେତ ଅନେକ ଦଳ ଚ୍ୟାଲେଞ୍ଜ କରିଥିଲେ। ଗତ ବର୍ଷ ଅକ୍ଟୋବର ୩୧ ରୁ ନଭେମ୍ବର ୨ ପର୍ଯ୍ୟନ୍ତ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ୫ ଜଣ ବିଚାରପତିଙ୍କ ସମ୍ବିଧାନ ବେଞ୍ଚ ଏହି ମାମଲାର ଶୁଣାଣି କରିଥିଲେ।












Click it and Unblock the Notifications