କଲେଜକୁ ହିଜାବ ବ୍ୟାନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ପ୍ରଶ୍ନ, କହିଲେ ତିଲକ-ବିନ୍ଦି ଉପରେ କାହିଁକି....
ହିଜାବ ପିନ୍ଧିବାକୁ ନେଇ ବିବାଦ ଜାରିରହିଥିବା ବେଳେ ଏହା ଉପରେ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ। ତିଲକ, ଟିକିଲି ଲଗାଉଥିବା ଯୁବତୀଙ୍କୁ ତୁମେ ବ୍ୟାନ କରିବ କି ବୋଲି ପ୍ରଶ୍ନ କରିଛନ୍ତି ସର୍ବୋଚ ଅଦାଲତ। ମୁମ୍ବାଇର ଏକ କଲେଜରେ ହିଜାବ ବ୍ୟାନ ସମ୍ପର୍କୀତ ଏକ ମାମଲାର ଶୁଣାରି କରି କୋର୍ଟ ଏଭଳି କହିଛନ୍ତି।
ଝିଅମାନଙ୍କୁ ସେମାନେ କଣ ପିନ୍ଧିବେ କହି କିପରି ସେମାନଙ୍କୁ ସଶକ୍ତକରଣ କରୁଥିଲେ ବୋଲି କଲେଜ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ ଅଦାଲତ କହିଛନ୍ତି, କଲେଜକୁ ଝିଅମାନେ ହିଜାବ, କ୍ୟାପ୍, ଷ୍ଟଲ୍ ଇତ୍ୟାଦି ପିନ୍ଧି ଆସିପାରିବେ, ଏହି ଆଦେଶର ଅପବ୍ୟବହାର ହୋଇପାରିବ ନାହିଁ। ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କ ପସନ୍ଦ ବାଳିକା ଛାତ୍ରଙ୍କ ଉପରେ ଲଗାଇ ପାରିବେ ନାହିଁ ।
ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ସଞ୍ଜୟ କୁମାରଙ୍କ ଏକ ବେଞ୍ଚ ଏନଜି ଆଚାର୍ଯ୍ୟ ଏବଂ ଡି.କେ ମରାଠା କଲେଜ ଚଳାଉଥିବା ଚେମ୍ବୁର ଟ୍ରମ୍ବ ଏଜୁକେସନ ସୋସାଇଟିକୁ ନୋଟିସ ଜାରି କରି ନଭେମ୍ବର ୧୮ସୁଦ୍ଧା ଏହାର ଉତ୍ତର ମାଗିଥିଲେ । ବେଞ୍ଚ କହିଛନ୍ତି ଯେ ଏହାର ମଧ୍ୟବର୍ତ୍ତୀ ଆଦେଶକୁ କେହି ଅପବ୍ୟବହାର କରିବା ଉଚିତ ନୁହେଁ ଏବଂ କୌଣସି ଅପବ୍ୟବହାର ହେଲେ ଶିକ୍ଷାନୁଷ୍ଠାନ ତଥା କଲେଜକୁ ସ୍ୱାଧୀନତା ପ୍ରଦାନ କରିବ ।

କ୍ୟାମ୍ପସ ଭିତରେ ହିଜାବ, ବୁର୍ଖା ଏବଂ ନିକାବ ଉପରେ ନିଷେଧାଦେଶ ଲଗାଇବା ପାଇଁ ବମ୍ବେ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଶୁଣାଣି କରିଥିଲେ । ସୂଚନା ଅନୁସାରେ, ମୁମ୍ବାଇର ଚେମ୍ବୁର ସ୍ଥିତ ଏନଜି ଆଚାର୍ଯ୍ୟ ଓ ଡିକେ ମରାଠୀ କଲେଜରେ ଝିଅମାନଙ୍କୁ ବୁର୍କା, ହିଜାବ, ନିକାବ, କ୍ୟାପ୍ ଏବଂ ଷ୍ଟଲ୍ ପିନ୍ଧି ଆସିବାକୁ ବାରଣ କରାଯାଇଥିଲା। ଏହାକୁ ନେଇ 9 ଜଣ ଛାତ୍ରୀ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେଠାରେ ଆବେଦନ ଖାରଜ ହୋଇଯିବା ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ଆଜି ସର୍ବୋଚ୍ଚ ଅଦାଲତର ଜଷ୍ଟିସ ସଞ୍ଜିବ ଖାନ୍ନା ଏବଂ ପିଭି ସଞ୍ଜୟ କୁମାର ଶୁଣାଣି କରି କଲେଜ ଆଦେଶକୁ ଖାରଜ କରି ଦେଇଛନ୍ତି। ଏଥିସହ ଝିଅମାନଙ୍କୁ ବୁର୍କା, ହିଜାବ, ନିକାବ, କ୍ୟାପ୍ ଏବଂ ଷ୍ଟଲ୍ ଆଦି ପିନ୍ଧି ଆସିବାକୁ ଅନୁମତି ଦେଇଛନ୍ତି।












Click it and Unblock the Notifications