ତାମିଲନାଡୁ ରାଜ୍ୟପାଳଙ୍କୁ କଡ଼ା ଭାଷାରେ ଭତ୍ସନା କଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ : ତାମିଲନାଡୁ ରାଜ୍ୟପାଳଙ୍କୁ କଡ଼ା ଭାଷାରେ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ଡିଏମକେ ମନ୍ତ୍ରୀ ଦୋଷମୁକ୍ତ ହେବା ପରେ ମଧ୍ୟ ପୁଣିଥରେ ତାଙ୍କୁ ମନ୍ତ୍ରୀ କରିବାକୁ ମନା କରିବା ପରେ ସୁପ୍ରିମକୋର୍ଟ ଗୁରୁବାର ତାମିଲନାଡୁ ରାଜ୍ୟପାଳଙ୍କ ଉପରେ ବର୍ଷିଛନ୍ତି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ କଡ଼ା ଭାଷାରେ ଟିପ୍ପଣୀ କରି କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି
ଯଦି ରାଜ୍ୟପାଳ ସମ୍ବିଧାନ ପାଳନ କରୁ ନାହାନ୍ତି, ତେବେ ସରକାର କଣ କରୁଛନ୍ତି ? ଜଷ୍ଟିସ ଚନ୍ଦ୍ରଚୂଡ଼ ଆହୁରି କହିଛନ୍ତି, ଏହି ମାମଲାରେ ରାଜ୍ୟପାଳ ଯେଉଁ ଭଳି କାମ ସବୁ କରୁଛନ୍ତି, ତା'କୁ ନେଇ ଆମେ ଗଭୀର ଭାବେ ଚିନ୍ତିତ । ସେ ଭାରତର ସୁପ୍ରିମକୋର୍ଟଙ୍କୁ ଅବମାନା କରିଛନ୍ତି । ଯେତେବେଳେ ଦଣ୍ଡାଦେଶ ଉପରେ କୋର୍ଟ ରୋକ ଲଗାଉଛନ୍ତି, ସେଥିରେ ରାଜ୍ୟପାଳଙ୍କ ଅନ୍ୟ କିଛି କରିବାର କିମ୍ବା କହିବାର ନାହିଁ ।

ଆମେ ଆସନ୍ତାକାଲି ଯାଏ ଅପେକ୍ଷା କରିବୁ । ଆସନ୍ତାକାଲି ଯାଏ ଆମେ ରାଜ୍ୟପାଳଙ୍କ ଉପରେ ସବୁ କିଛି ଛାଡ଼ୁଛୁ । ଅନ୍ୟଥା କିଛି ବି ନିର୍ଦ୍ଦେଶ ଦିଆଯାଇ ପାରେ । ଆମେ ବର୍ତ୍ତମାନ କିଛି ବି କହୁନୁ ବୋଲି ସିଜେଆର ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟାରମଣୀଙ୍କୁ କହିଛନ୍ତି । ସିଜେଆଇ ଆହୁରି କହିଛନ୍ତି ଯେ ସମ୍ବିଧାନ ଅନୁସାରେ ରାଜ୍ୟପାଳ କାମ କରନ୍ତୁ ବୋଲି କଡ଼ା ନିର୍ଦ୍ଦେଶ ଜାରି କରିବା ଠାରୁ ଆମେ ଦୂରେଇ ରହିବାକୁ ଚାହୁଁଛୁ । ଏପରି ସ୍ଥିତି ଯେମିତି ନ ଆସିବ, ସେଥିପାଇଁ ଆମେ ଆସନ୍ତାକାଲି ଯାଏ ସମୟ ଦେଉଛୁ ।
ସୂଚନାନୁସାରେ , ଆର ପୋ ରବିଙ୍କୁ ରାଜ୍ୟ କ୍ୟାବିନେଟରେ ପୁଣିଥରେ ସାମିଲ କରିବାକୁ ମନା କରିବା ପରେ ଏମ.କେ ଷ୍ଟାଲିନ ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଛନ୍ତି । ଏହା ସାମ୍ବିଧାନର ନୈତିକତା ବିରୁଦ୍ଧରେ ହେବ ବୋଲି ରାଜ୍ୟପାଳଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ତାମିଲନାଡୁ ସରକାର କହିଛନ୍ତି ।
ନିକଟରେ ଏକ ସମ୍ପତ୍ତି ମାମଲାରେ ନିର୍ଦ୍ଦୋଷରେ ଖଲାସ ହେବା ପରେ ମାଡ୍ରାସ ହାଇକୋର୍ଟ ପୋନମୁଦିଙ୍କୁ ଜଣେ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିଥିଲେ । ଏହା ପରେ ସୁପ୍ରିମକୋର୍ଟ ତାଙ୍କ ଦୋଷୀ ସାବ୍ୟସ୍ତ ଏବଂ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଉପରେ ରୋକ ଲଗାଇଥିଲେ ।












Click it and Unblock the Notifications