ବୁଲା କୁକୁର ସମସ୍ୟା ସମ୍ପର୍କରେ ରାଜ୍ୟ ଏବଂ କେନ୍ଦ୍ର ସରକାର ବର୍ଷିଲେ ସୁପ୍ରିମକୋର୍ଟ
ରାଜ୍ୟ ଉପରେ ବର୍ଷିଲେ ସୁପ୍ରିମକୋର୍ଟ । ସାରା ଦେଶରେ ବୁଲା କୁକୁର ସମସ୍ୟା ସମ୍ପର୍କରେ ରାଜ୍ୟ ଏବଂ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରିବାରେ ବିଫଳ ହେବା ଉପରେ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଏପରି ଘଟଣା ନିରନ୍ତର ଘଟୁଛି, ଯାହା ବିଦେଶରେ ମଧ୍ୟ ଦେଶର ପ୍ରତିଛବିକୁ ଖରାପ କରୁଛି । ତଥାପି , ରାଜ୍ୟଗୁଡ଼ିକ ନିର୍ଦ୍ଦେଶ ପାଳନର ସତ୍ୟପାଠ ଦାଖଲ କରିନାହାଁନ୍ତି । ଏଭଳି କହିବା ପରେ କୋର୍ଟ ନଭେମ୍ବର ୩ରେ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ହାଜର ହେବାକୁ ସମନ ଜାରି କରିଛନ୍ତି ।
ଏହି ବୁଲା କୁକୁର ସମସ୍ୟା କେବଳ ଦିଲ୍ଲୀ-ଏନସିଆର ପର୍ଯ୍ୟନ୍ତ ସୀମିତ ଥିଲା। କିନ୍ତୁ ଅଗଷ୍ଟ ୨୨ ତାରିଖରେ ସୁପ୍ରିମକୋର୍ଟ ଏହାକୁ ସମଗ୍ର ଭାରତର ସମସ୍ୟା ବୋଲି କହିଥିଲେ। ସମସ୍ୟାର ସମାଧାନ ପାଇଁ ବୁଲା କୁକୁରଙ୍କୁ ଧରି ବନ୍ଧ୍ୟାକରଣ କରିବା ପରେ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଥିଲା । ଏପର୍ଯ୍ୟନ୍ତ କେତେ ବୁଲା କୁକୁରଙ୍କ ବନ୍ଧ୍ୟାକରଣ କରାଯାଇଛି, ତା'ର ରିପୋର୍ଟ ଦେବାକୁ କୁହାଯାଇଥିବା ବେଳେ ରାଜ୍ୟ ସରକାର ଏଥିରେ ବିଫଳ ହୋଇଛନ୍ତି ।













Click it and Unblock the Notifications