ପ୍ରଥମେ ଭର୍ତ୍ସନା, ପରେ ରଣବୀର ଆଲ୍ଲହବାଦିଆଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି , କହିଲେ....
ଏକ ୟୁଟ୍ୟୁବ୍ କାର୍ଯ୍ୟକ୍ରମରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନେଇ ଏକାଧିକ ମାମଲା ରୁଜୁ ହୋଇଥିବାରୁ ୟୁଟ୍ୟୁବର୍ ରଣବୀର ଆହ୍ଲାବାଦିଆଙ୍କୁ ଗିରଫଦାରିରୁ ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ପ୍ରଦାନ କରିଛନ୍ତି । ଇଣ୍ଡିଆଜ୍ ଗଟ୍ ଲ୍ୟାଟେଣ୍ଡ୍ କାର୍ଯ୍ୟକ୍ରମରେ ଆହ୍ଲାବାଦିଆ ଅନୁପଯୁକ୍ତ ମନ୍ତବ୍ୟ ଦେବା ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ମନ୍ତବ୍ୟକୁ ନାପସନ୍ଦ କରି ନ୍ୟାୟାଳୟ ସଂପୃକ୍ତ କାର୍ଯ୍ୟକ୍ରମର କୌଣସି ଇପିସୋଡ୍ ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଆହ୍ଲାବାଦିଆଙ୍କୁ ନିକଟସ୍ଥ ଥାନରେ ପାସ୍ପୋର୍ଟ ଜମା କରିବା ସହ ବିନା ଅନୁମତିରେ ଦେଶ ଛାଡ଼ିବାକୁ ବାରଣ କରାଯାଇଛି ।

ହାସ୍ୟ ଅଭିନେତା ସମୟ ରାଇନାଙ୍କ 'ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ୍' ସୋ'ରେ କରିଥିବା କଦର୍ଯ୍ୟ ମଜା ପାଇଁ ତାଙ୍କ ବିରୋଧରେ ରୁଜୁ ହୋଇଥିବା ଅନେକ ଏଫଆଇଆର୍ ମାମଲାରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ୟୁଟ୍ୟୁବର ଏବଂ ପୋଡକାଷ୍ଟର ରଣବୀର ଆଲ୍ଲାବାଦିଆଙ୍କୁ ଗିରଫଦାରୀରୁ ସୁରକ୍ଷା ପ୍ରଦାନ କରିଛନ୍ତି। ହେଲେ ତାଙ୍କୁ ତାଙ୍କର ଏପରି ମନ୍ତବ୍ୟ ପାଇଁ ଖୁବ୍ ତାଙ୍କୁ ଆଶ୍ୱସ୍ତି ଦେବା ସତ୍ତ୍ୱେ, ସର୍ବୋଚ୍ଚ ନ୍ୟାୟାଳୟ 'ବିୟରବାଇସେପ୍ସ' ନାମରେ ଜଣାଶୁଣା ଆଲ୍ଲାବାଦିଆଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଏହାଛଡ଼ା କୋର୍ଟ କହିଛନ୍ତି କି ଏହା ତାଙ୍କର "ବିକୃତ" ମନକୁ ଦର୍ଶାଉଛି। ଯାହା ସମଗ୍ର ସମାଜକୁ ଲଜ୍ଜିତ କରିଛି।''












Click it and Unblock the Notifications