ମାମଲା ରୁଜୁ କରିବାରେ ଧୁରନ୍ଧର ଇଡି,ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବିଫଳ:ସୁପ୍ରିମକୋର୍ଟ

ମାମଲା ରୁଜୁ କରିବାରେ ଧୁରନ୍ଧର ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି), କିନ୍ତୁ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବାରେ ବିଫଳ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତ ସୁପ୍ରିମକୋର୍ଟ। ମାମଲାଗୁଡ଼ିକରେ ଆଇନଗତ କାର୍ଯ୍ୟାନୁଷ୍ଠାନରେ ଉନ୍ନତି ଆଣିବାକୁ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଇଡିକୁ ପରାମର୍ଶ ଦେଇଛନ୍ତି। ଛତିଶଗଡରେ କୋଇଲା ପରିବହନ ମାମଲାରେ ସୁପ୍ରିମକୋର୍ଟ ଅଭିଯୁକ୍ତଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ନିୟମିତ ଜାମିନରେ ପରିଣତ କରିଛନ୍ତି।

ସୁପ୍ରିମକୋର୍ଟ କହିଛନ୍ତି ଅଭିଯୁକ୍ତ ଜାମିନ ପାଇଁ ଏକ ମାମଲା ରୁଜୁ କରିଛନ୍ତି। ଏହି ମାମଲାର ଶୁଣାଣିରେ ସର୍ବୋଚ୍ଚ ନ୍ୟାୟାଳୟ ଛତିଶଗଡ ବ୍ୟବସାୟୀ ସୁନୀଲ କୁମାର ଅଗ୍ରୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। କୋଇଲା ପରିବହନରେ ବେଆଇନ ଶୁଳ୍କ ସହ ଜଡିତ ଅର୍ଥ ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। କୋର୍ଟ କହିଛନ୍ତି ଯେ ସେ ପୂର୍ବରୁ ଏକ ବର୍ଷ ସାତ ମାସ ଜେଲଦଣ୍ଡ ଭୋଗିଛନ୍ତି। ଶୁଣାଣି ସମୟରେ ଜଷ୍ଟିସ ଉଜ୍ଜ୍ବଳ ଭୁୟାଁ ଇଡି ପକ୍ଷରୁ ହାଜର ହୋଇଥିବା ଏଏସଜି ଏସ.ଭି ରାଜୁଙ୍କୁ ପ୍ରଶ୍ନ କରିଥିଲେ ପଞ୍ଜୀକୃତ ୫୦୦୦ ମାମଲା ମଧ୍ୟରୁ ୪୦ଟି ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

supreme court

ବର୍ତ୍ତମାନ ଆପଣ କଳ୍ପନା କରିପାରିବେ କାର୍ଯ୍ୟ କିପରି ଚାଲିଛି। ଜଷ୍ଟିସ ସୂର୍ଯ୍ୟ କାନ୍ତ ଏବଂ ଉଜ୍ଜଲ ଭୂୟାଁଙ୍କୁ ନେଇ ଗଠନ ଖଣ୍ଡପୀଠ ଇଡିର ପ୍ରଦର୍ଶନକୁ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଜଷ୍ଟିସ ଭୂୟାଁ କହିଥିଲେ, ଇଡି ୫୦୦୦ ମାମଲା ପଞ୍ଜୀକୃତ କରିଛି। କିନ୍ତୁ ମାତ୍ର ୪୦ଟି ମାମଲାରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇଛି। ସେହିପରି ଜଷ୍ଟିସ ସୂର୍ଯ୍ୟ କାନ୍ତ ମାମଲାଗୁଡ଼ିକରେ ଗୁଣବତ୍ତା ସମ୍ପନ୍ନ ଆଇନଗତ କାର୍ଯ୍ୟାନୁଷ୍ଠାନ ଦିଗରେ ଇଡି ମନୋନିବେଶ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ।

ସେ ଇଡି ଉଦ୍ଦେଶ୍ୟରେ କହିଥିଲେ, ଏଭଳି ଜଘନ୍ୟ ଅଭିଯୋଗ ଦେଶର ଅର୍ଥନୀତିକୁ କ୍ଷତିଗ୍ରସ୍ତ କରୁଛି। କିନ୍ତୁ ତୁମେମାନେ ଅନ୍ୟ କିଛି ବ୍ୟକ୍ତିଙ୍କ ମନ୍ତବ୍ୟ ଆଧାରରେ ମାମଲା ରୁଜୁ କରିଦେଉଛ। ମାମଲାଗୁଡ଼ିକରେ ବିଜ୍ଞାନଗତ ପ୍ରମାଣ ରହିବା ଉଚିତ ବୋଲି ବିଚାରପତି କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+