କେନ୍ଦ୍ର-ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ହେବା ଉଚିତ୍ ନୁହେଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୋମବାର ସୁପ୍ରିମକୋର୍ଟ କର୍ଣ୍ଣାଟକ ସରକାରଙ୍କ ଲିଖିତ ଆବେଦନ ଉପରେ ଶୁଣାଣି କରିଛନ୍ତି । ଏହି ସମୟରେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ପ୍ରତିଯୋଗିତା ହେବା ଉଚିତ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଚିନ୍ତା ପ୍ରକଟ କରି ସୁପ୍ରିମକୋର୍ଟ କହିଛନ୍ତି ଯେ ରାଜ୍ୟ ସରକାର କେନ୍ଦ୍ର ବିରୋଧରେ ନିର୍ଦ୍ଦେଶ ଲୋଡିଛନ୍ତି । ପ୍ରତିଯୋଗିତା ପରିବର୍ତ୍ତେ ସହଯୋଗ କରିବାକୁ ସୁପ୍ରମକୋର୍ଟ ଉଭୟ ପକ୍ଷଙ୍କୁ ଆହ୍ୱାନ କରିଛନ୍ତି ।
ଆପଣଙ୍କୁ କହିରଖୁଛୁ ଯେ କର୍ଣ୍ଣାଟକ ସରକାର ମରୁଡ଼ି ସହାୟତା ପାଣ୍ଠିକୁ ମୁକ୍ତ କରିବାକୁ ସୁପ୍ରିମକୋର୍ଟରେ ଏକ ରିଟ ପିଟିସନ ଦାଖଲ କରିଛନ୍ତି । ବିଭିନ୍ନ ଜିଲ୍ଲାରେ ମରୁଡ଼ି ପରିସ୍ଥିତିକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାରଙ୍କୁ କେନ୍ଦ୍ର ଆର୍ôଥକ ସହାୟତା ପ୍ରଦାନ କରି ନାହିଁ ବୋଲି ରାଜ୍ୟ ସରକାର ଦାବି କରିଛନ୍ତି । ଯାହା ପରେ ଆମେ କୋର୍ଟଙ୍କ ନିକଟକୁ ଯିବାକୁ ବାଧ୍ୟ ହେଲୁ । କାରଣ ଆର୍ôଥକ ସହାୟତା ପ୍ରଦାନ ନକରିବା ରାଜ୍ୟବାସୀଙ୍କ ମୌଳିକ ଅଧିକାରର ଉଲ୍ଲଂଘନ ଅଟେ ।

କର୍ଣ୍ଣାଟକ ସରକାର ଏହା ମଧ୍ୟ କହିଛନ୍ତି ଯେ ପ୍ରାୟ ୬ମାସ ହୋଇଯିବ ମରୁଡ଼ି ଜନିତ ବିପର୍ଯ୍ୟୟ ଉପରେ କେନ୍ଦ୍ର କୌଣସି ପଦକ୍ଷେପ ନେଇ ନାହିଁ । ରାଜ୍ୟ ସରକାରଙ୍କ ତରଫରୁ ହାଜର ହୋଇଥିବା ବରିଷ୍ଠ ଓକିଲ କପିଲ ସିବଲ କହିଛନ୍ତି ଯେ ରିପୋର୍ଟ ଦାଖଲ ହେବାର ଏକ ମାସ ମଧ୍ୟରେ କେନ୍ଦ୍ର ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିବ ।
ଜଷ୍ଟିସ୍ ବିଆର ଗାଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ବେଞ୍ଚ ନିର୍ଦ୍ଦେଶ ପାଇବା ପାଇଁ କେନ୍ଦ୍ର ତରଫରୁ ହାଜର ହୋଇଥିବା ଆଟର୍ଣ୍ଣି ଜେନେରାଲ୍ ଆର ଭେଙ୍କଟାରାମଣି ଏବଂ ସଲିସିଟର ଜେନେରାଲ୍ ତୁଶର ମେହେଟ୍ଟାଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି ।












Click it and Unblock the Notifications