ନିର୍ବାଚନ ଆୟୁକ୍ତ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ଚୟନ ପ୍ରକ୍ରିୟାରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
ନିର୍ବାଚନ ଆୟୁକ୍ତ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ବର୍ତ୍ତମାନ ଲୋକସଭାରେ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଏବଂ ବିରୋଧୀ ଦଳର ନେତାଙ୍କ ଦ୍ୱାରା କରାଯିବ ।

ନୂଆଦିଲ୍ଲୀ: ନିର୍ବାଚନ ଆୟୁକ୍ତ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । ନିର୍ବାଚନରେ ଶୁଦ୍ଧତା ରକ୍ଷା କରିବା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ବର୍ତ୍ତମାନ ଲୋକସଭାରେ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଏବଂ ବିରୋଧୀ ଦଳର ନେତାଙ୍କ ଦ୍ୱାରା କରାଯିବ । ସମସ୍ତ ନିର୍ବାଚନକୁ ତଦାରଖ କରୁଥିବା ମୁଖ୍ୟ ନିର୍ବାଚନ କମିଶନର ଏବଂ ଅନ୍ୟ ଦୁଇ ନିର୍ବାଚନ କମିଶନର ହିଁ ବିରୋଧୀ ପକ୍ଷ ଏବଂ ନ୍ୟାୟପାଳିକାକୁ ନେଇ ଗଠିତ କମିଟି ଦ୍ୱାରା ହିଁ ନିଯୁକ୍ତି ହେବେ । ଆଜି ଜଷ୍ଟିସ୍ କେଏମ ଜୋସେଫଙ୍କ ଦ୍ୱାରା ଗଠିତ ୫ ଜଣିଆ ସାମ୍ବିଧାନିକ ବେଞ୍ଚ୍ ଏହି ମାମଲାର ଶୁଣାଣି କରିଥିଲେ । ଏହି ଖଣ୍ତପୀଠରେ ଜଷ୍ଟିସ ଅଜୟ ରାସ୍ତୋଗୀ, ଜଷ୍ଟିସ ଅନିରୁଦ୍ଧ ବୋଷ, ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ୍ ସିଟି ରବିକୁମାର ପ୍ରମୁଖ ରହିଛନ୍ତି ।
ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ଏକ ସର୍ବସମ୍ମତ ନିଷ୍ପତ୍ତିରେ କହିଛନ୍ତି ଯେ, ତିନି ଜଣିଆ କମିଟିର ପରାମର୍ଶ କ୍ରମେ ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କୁ ରାଷ୍ଟ୍ରପତି ଚୟନ କରିବେ। ଜଷ୍ଟିସ୍ କେଏମ ଜୋସେଫଙ୍କ ନେତୃତ୍ୱରେ ଏକ ଡିଭିଜନ ବେଞ୍ଚ କହିଛି ଯେ, ଏହି ନିଯୁକ୍ତି ପାଇଁ ସଂସଦ ଏହି ବ୍ୟାପରରେ କୌଣସି ଆଇନ ପ୍ରଣୟନ ମ କରିବା ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ । କମିସନ୍ ସମ୍ବିଧାନର ନିୟମ ଓ ନ୍ୟାୟାଳୟରେ ନିର୍ଦ୍ଦେଶ ଅନୁସାରେ ଦାୟିତ୍ୱ ସଂପାଦନ କରିବା ଆବଶ୍ୟକ ।
ସୂଚନାଥାଉ ଯେ, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ପାଇଁ କଲେଦିୟମ ପରି ବ୍ୟବସ୍ଥା ପାଇଁ କୋର୍ଟରେ ଆବେଦନ କରାଯାଇଥିଲା । ଏହି ମାମଲାର ଶୁଣାଣି କରି ଉପରୋକ୍ତ ରାୟ ଶୁଣାଇଛନ୍ତି କୋର୍ଟ । ସୂଚନା ଅନୁସାରେ ଗତବର୍ଷ ନଭେମ୍ବରପ ୨୪ରେ ବେଞ୍ଚ ଏହି ମାମଲାରେ ନିଜର ରାୟ ସଂରକ୍ଷିତ ରଖିଥିଲା ।












Click it and Unblock the Notifications