କେଜ୍ରିୱାଲଙ୍କ ଜାମିନ ଆବେଦନ ଶୁଣାଣି କରି ନିଷ୍ପତ୍ତି ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, ସିବିଆଇକୁ କଲେ ପ୍ରଶ୍ନ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦିଲ୍ଲୀର ମଦ ନୀତି ମାମଲାରେ ଶୁଣାଣି କରି ଅରବିନ୍ଦ କେଜରିୱାଲଙ୍କ ଜାମିନ ଉପରେ ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି। ବର୍ତ୍ତମାନ ଅରବିନ୍ଦ କେଜରିୱାଲ ପୁଣି ଜେଲରେ ରହିବେ। ଆଜି ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ସିବିଆଇ ଗିରଫଦାରୀ ବିରୋଧରେ ଆବେଦନ ହୋଇଥିବା ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ଆସନ୍ତା ମଙ୍ଗଳବାର ରାୟ ପ୍ରକାଶ ପାଇବ।
ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି ହେଫାଜତରେ ଥିବାବେଳେ କେଜ୍ରିୱାଲଙ୍କୁ ଗିରଫ କରିଥିଲା ସିବିଆଇ। କେଜ୍ରିୱାଲ ସିବିଆଇ ଗିରୋଫଦାରୀକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦ୍ବାରା ନ୍ୟାୟିକ ହେପାଜତରେ ଥିବାବେଳେ ମଦ ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିବା ହେତୁ ସିବିଆଇକୁ ଆଜି ଶୁଣାଣି ବେଳେ ପ୍ରଶ୍ନ କରିଛନ୍ତି ସର୍ବୋଚ୍ଚ ଅଦାଲତ।

ସୁପ୍ରିମକୋର୍ଟ କହିଛନ୍ତି ଯେ "ଯେତେବେଳେ ଜଣେ ଜେଲରେ ଅଛନ୍ତି। ଯଦି ଆପଣ ତାଙ୍କୁ ପୁନର୍ବାର ଗିରଫ କରୁଛନ୍ତି ତେବେ ଆପଣଙ୍କୁ କୋର୍ଟର ଅନୁମତି ଦରକାର। ଏହା ଅପରାଧିକ ପ୍ରକ୍ରିୟାରେ ଅଛି। ମାତ୍ର ସିବିଆଇ କୋର୍ଟର ଅନୁମତି ବିନା ଗିରଫ କଲା କିପରି?'' ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିିୱାଲ୍ଙ୍କ ଜାମିନ୍ ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବାକୁ ଥିବା ବେଳେ ଏହାକୁ ବିରୋଧ କରିଥିଲା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)।
ଶୀର୍ଷ ଅଦାଲତକୁ ଗୁରୁବାର କେଜ୍ରିୱାଲ୍ଙ୍କ ଜାମିନ୍ ଶୁଣାଣି କରିବାକୁ ଥିବା ବେଳେ ସିବିଆଇ ଯୁକ୍ତି କରିଥିଲା ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତାଙ୍କ ସହ-ଅଭିଯୁକ୍ତଙ୍କ ସହ ବିଚାର କରାଯିବା ଉଚିତ ନୁହେଁ। ଜାମିନକୁ ବିରୋଧ କରି କେନ୍ଦ୍ରୀୟ ଏଜେନ୍ସି ଏହା ମଧ୍ୟ କହିଥିଲା ଯେ ସେ ଜେଲରେ ଥିବାବେଳେ ତାଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇପାରିବ।
ଆଡଭୋକେଟ ଅଭିଷେକ ମନୁ ସିଂଭି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଜାମିନ ପାଇଁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିବାବେଳେ ଅରବିନ୍ଦ କେଜରିୱାଲ ଜଣେ ସାମ୍ବିଧାନିକ ପଦବୀର ଅଧିକାରୀ ଏବଂ ସେଠାରୁ ପଳାଇବାର କୌଣସି ବିପଦ ନାହିଁ ବୋଲି ସେ କହିଛନ୍ତି। ଏହା ଉପରେ ଏସ.ଭି ରାଜୁ କହିଛନ୍ତି ଯେ ଆଇନରେ କୌଣସି ବିଶେଷ ବ୍ୟକ୍ତି ନାହାଁନ୍ତି, ସମସ୍ତେ ସାଧାରଣ ଲୋକ। ସିବିଆଇରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ସୁପ୍ରିମକୋର୍ଟଙ୍କୁ କହିଛନ୍ତି,
ମୋତେ କୁହାଯାଇଛି ଯେ କୋର୍ଟ ମଧ୍ୟ ଚାର୍ଜସିଟକୁ ଗ୍ରହଣ କରିଛନ୍ତି। ଏହାର ଅର୍ଥ ହେଉଛି ପ୍ରିମା ଫେସ ମାମଲା ରୁଜୁ ହୋଇଛି। ଆଜି ଯଦି ମାନ୍ୟବର ଜଷ୍ଟିସ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କୁ ଜାମିନ ପ୍ରଦାନ କରନ୍ତି, ତେବେ ଏହା ହାଇକୋର୍ଟଙ୍କ ପାଇଁ ମନୋବଳ ହରାଇବା ଭଳି ହେବ ବୋଲି ସେ କହିଛନ୍ତି।












Click it and Unblock the Notifications