ଦିଲ୍ଲୀ ପ୍ରଦୂଶଣ: ନଡ଼ା ଜାଳିବା ପ୍ରସଙ୍ଗରେ ପଞ୍ଜାବ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ଦିନକୁ ଦିନ ବୃଦ୍ଧି ପାଉଛି ପ୍ରଦୂଷଣ ମାତ୍ରା। ଆଉ ଏହି ପ୍ରଦୂଷଣ ପାଇଁ ନଡ଼ା ଜାଳିବାକୁ ଦାୟୀ କରାଯାଉଛି ପଡୋଶୀ ରାଜ୍ୟକୁ । ଦିଲ୍ଲୀରେ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟଙ୍କ କଡା ଆଭିମୁଖ୍ୟ ବଜାୟ ରହିଛି । ପଞ୍ଜାବ କୃଷକମାନଙ୍କ ଦ୍ବାରା ନଡ଼ା ଜାଳିବାକୁ ନେଇ ସୁପ୍ରିମକୋର୍ଟ ପଞ୍ଜାବ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏପରିକି କୃଷକଙ୍କ ଆବେଦନ ଶୁଣିବାକୁ ବି ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ନଡ଼ା ନଷ୍ଟ କରିବା ପାଇଁ ମେସିନର ଅଭାବ ନେଇ ଅଭିଯୋଗ କରି କିଛି ଚାଷୀ ସୁପ୍ରିମକୋର୍ଟରେ ପିଟିସନ ଦାୟର କରିଥିଲେ, ଯାହାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ ।

Supreme Court

ଜଷ୍ଟିସ ଅଭୟ ଓକାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ କୃଷକଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଯେ ସବୁକିଛି ସରକାରଙ୍କ ବିବେକ ଉପରେ ଛାଡି ଦିଆଯାଇ ପାରିବ ନାହିଁ ଏବଂ ନଡ଼ା ପୋଡ଼ିବା ସମସ୍ୟା ଜାରି ରଖିବାର ବାହାନା କରାଯାଇପାରିବ ନାହିଁ। କୋର୍ଟ ଆବେଦନକାରୀଙ୍କ ଓକିଲଙ୍କୁ କଠୋର ଭାବେ କହିଥିଲେ, ଆମେ ଜାଣିଛୁ ଆପଣ କାହିଁକି ଏଠାକୁ ଆସିଛନ୍ତି। ନଡ଼ା ପୋଡ଼ିବା ଉପରେ କଠୋରତା ପାଇଁ ନିର୍ଦ୍ଦେଶ ଜାରି ହେବା ମାତ୍ରେ ଏହି ପିଟିସନ୍ ଦାଖଲ କରାଯାଇଥିଲା। ଅଦାଲତ ଆହୁରି ମଧ୍ୟ କହିଛନ୍ତି ଯେ ପଞ୍ଜାବ ଏବଂ ହରିୟାଣା ସରକାର ଏପର୍ଯ୍ୟନ୍ତ ନଡ଼ା ଜାଳୁଥିବା ଲୋକଙ୍କ ବିରୋଧରେ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି, ଯାହା ଚିନ୍ତାର ବିଷୟ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+