ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ଆୟୋଜନ ପ୍ରସଙ୍ଗ, ଆବେଦନ ଖାରଜ କଲେ ସୁପ୍ରିମ୍କୋର୍ଟ
ପୁରୀ ବ୍ୟତିତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ । ଏହି ସମ୍ପର୍କିତ ଆବେଦନ ଗୁଡିକୁ ଆଜି ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ ।
ନୂଆଦିଲ୍ଲୀ: ପୁରୀ ବ୍ୟତିତ ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଆୟୋଜନ ହୋଇପାରିବ ନାହିଁ । ଏହି ସମ୍ପର୍କିତ ଆବେଦନ ଗୁଡିକୁ ଆଜି ଖାରଜ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ୍.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ଆବେଦନକୁ ଖାରଜ କରି ଦେଇଛନ୍ତି।

ପ୍ରଧାନ ବିଚାରପତି ଏନ.ଭି ରାମନା କହିଛନ୍ତି ଯେ, ଓଡିଶା ସରକାର କୋଭିଡ ସ୍ଥିତିର ମୂଲ୍ୟାଙ୍କନ କରିଛନ୍ତି ଏବଂ ଏଥିରେ ହସ୍ତକ୍ଷେପ କରିବାର ପ୍ରଶ୍ନ ନାହିଁ। CJI କହିଛନ୍ତି, "ମୁଁ ନିଜେ ପୁରୀ ଯାଉଥିଲି। ଆଶାକରେ ଆସନ୍ତା ବର୍ଷ ଭଗବାନ ଆମକୁ ଦର୍ଶନ ପାଇଁ ଅନୁମତି ଦେବେ। ସେପର୍ଯ୍ୟନ୍ତ ଏହାକୁ ଟିଭିରେ ଦେଖିବା।"
CJI କହିଛନ୍ତି, "ତୁମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବାକୁ ଚାହୁଁଛ। ତୁମେ ଏହା ଘରୁ କରି ପାରିବ। ମୁଁ ମଧ୍ୟ ପୁରୀ ଯିବାକୁ ଚାହୁଁଥିଲି, କିନ୍ତୁ ଗତ ଦୁଇ ବର୍ଷ ମଧ୍ୟରେ ମୁଁ ପାରିଲି ନାହିଁ। କାରଣ ଏହା ସମୟ ନୁହେଁ।"

ପୂର୍ବରୁ ଏ ସଂପର୍କିତ ଆବେଦନକୁ ଓଡ଼ିଶା ହାଇକୋର୍ଟ ଖାରଜ କରିଥିଲେ। ଏହାପରେ ଆବେଦନକାରୀମାନେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପୁରୀ ଛଡ଼ା ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରାକୁ ଅନୁମତି ଦେଇ ନାହାନ୍ତି। ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଇଥିଲା। କେନ୍ଦ୍ରାପଡ଼ା, ବାରିପଦା ନୀଳଗିରି ଓ ଭଟ୍ଲି ଆଦି ସ୍ଥାନରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ହାଇକୋର୍ଟ ଓ ପରେ ସୁପ୍ରିମ୍କୋର୍ଟରେ ଏକାଧିକ ଆବେଦନ ହୋଇଥିଲା।












Click it and Unblock the Notifications