ବାଲଟ ପେପରରେ ନିର୍ବାଚନ ଦାବିକୁ ଖାରଜ କଲେ ସୁପ୍ରିମକୋର୍ଟ, କହିଲେ ଜିତିଲେ ଠିକ୍, ହାରିଲେ ଇଭିଏମ ଦାୟୀ
ନୂଆଦିଲ୍ଲୀ : ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ବଦଳରେ ନିର୍ବାଚନରେ ବାଲାଟ ପେପର ବ୍ୟବହାର ଦାବିକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ବିଚାରପତି ବିକ୍ରମ ନାଥ ଏବଂ ପି.ବି ଭାରାଲେଙ୍କ ଖଣ୍ଡପୀଠ କହିଛନ୍ତି, 'ଯେତେବେଳେ ଆପଣ ନିର୍ବାଚନରେ ଜିତନ୍ତି, ସେତେବେଳେ ଇଭିଏମ୍ ଟାମ୍ପରିଂ ହୁଏନାହିଁ। କିନ୍ତୁ ଯେତେବେଳେ ତୁମେ ନିର୍ବାଚନରେ ହାରି ଯାଉଛ, ଇଭିଏମ୍ ଟାମ୍ପରିଂ ହୋଇଯାଉଛି।
ନିର୍ବାଚନରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVMs) ପରିବର୍ତ୍ତେ ବାଲାଟ ପେପର୍ ବ୍ୟବହାର କରିବାକୁ ଜଣେ ଆବେଦନକାରୀ କେଏ ପାଲ୍ ଆବେଦନ କରିଥିଲେ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ବିକ୍ରମ ନାଥ ଏବଂ ପିବି ବାରଲେଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରି ଆବେଦନକୁ ଖାରଜ କରି କହିଛନ୍ତି, "ଯେତେବେଳେ ନିର୍ବାଚରେ ବିଜୟ ହୁଅ, ସେତେବେଳେ କ'ଣ ହୁଏ, ସେତେବେଳେ ଟାମ୍ପର ହୁଏନି। ଯେତେବେଳେ ହାରିଯାଉଛ, ସେବେ ଟାମ୍ପର ହୋଇଯାଉଛି।"
ସେହିପରି ଆବେଦନକାରୀ ପାଲ୍ ମଧ୍ୟ ନିର୍ବାଚନରେ କ୍ୟାଶ୍-ଫର୍-ଭୋଟ୍ ଉପରେ ରୋକ୍ ଲଗାଇବାକୁ ଆବେଦନ କରିଛନ୍ତି। ଯେଉଁମାନେ ନିର୍ବାଚନ ସମୟରେ ଭୋଟରଙ୍କୁ ଟଙ୍କା, ମଦ କିମ୍ବା ସାମଗ୍ରୀ ଦେଇ ପ୍ରଭାବିତ କରିବାକୁ ଚେଷ୍ଟା କରୁଛନ୍ତି, ସେପରି ପ୍ରାର୍ଥୀଙ୍କୁ ଅତି କମରେ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷିତ କରିବାକୁ ଆବେଦନ କରିଥିଲେ ପାଲ୍।

ଏ ଉପରେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ପଚାରିଥିଲେ, "ଆପଣଙ୍କ ପାଖରେ ଆକର୍ଷଣୀୟ PIL(ଜନସ୍ୱାର୍ଥ ମକଦ୍ଦମା) ସବୁ ରହିଛି। ଏପରି ଉଚ୍ଚକୋଟୀର ଚିନ୍ତାଧାର ପାଇଲେ କିପରି?" ଆବେଦନକାରୀ ପାଲ୍ କହିଥିଲେ ଯେ ସେ ଏକ ସଂଗଠନର ସଭାପତି ଅଛନ୍ତି। ଏହି ସଂଗଠନ ଅସହାୟ ପିଲା ଓ ମହିଳାମାନଙ୍କୁ ସାହାଯ୍ୟ କରିଥାଏ। ଏହା ଶୁଣି ସୁପ୍ରିମକୋର୍ଟ କହିଛନ୍ତି, "ତେବେ ଆପଣ କାହିଁକି ଏପରି ରାଜନୈତିକ ଲଢେଇ ଭିତରେ ପଶୁଛନ୍ତି? ଆପଣଙ୍କ କାର୍ଯ୍ୟ କ୍ଷେତ୍ର ତ ଭିନ୍ନ।"












Click it and Unblock the Notifications