ଯୌନ ଶୋଷଣ ମାମଲା: ପ୍ରଜ୍ବଳ ରେବାନ୍ନାଙ୍କ ଜାମିନ୍ ଆବେଦନକୁ ପ୍ରତ୍ୟାଖ୍ୟାନ କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ସୁପ୍ରିମ୍କୋର୍ଟ ଜେଡିଏସ୍ରୁ ନିଲମ୍ବିତ ନେତା ପ୍ରଜ୍ବଳ ରେବାନ୍ନାଙ୍କୁ ଝଟକା ଦେଇଛନ୍ତି । ଦୁଷ୍କର୍ମ ମାମଲାରେ ପୂର୍ବତନ ସାଂସଦ ପ୍ରଜ୍ବଳ ରେବାନ୍ନାଙ୍କ ଜାମିନ୍ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମ୍କୋର୍ଟ। ତାଙ୍କ ନାମରେ ଦୁଷ୍କର୍ମ ଓ ନିର୍ଯାତନାର ଏକାଧିକ ମାମଲା ରହିଛି। ତାଙ୍କର ଏକ ଅଡିଓ ଟେପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ମାମଲା ଆହୁରି ସ୍ପଷ୍ଟ ହୋଇ ଯାଇଥିଲା।
ଲୋକସଭା ନିର୍ବାଚନରେ କର୍ଣ୍ଣାଟକର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ ପୂର୍ବରୁ ଚଳିତବର୍ଷ ଏପ୍ରିଲ୍ ଆରମ୍ଭରେ ତାଙ୍କର ଏକ ଭିଡିଓ ବି ଲିକ୍ ହୋଇଥିଲା। ତାହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। ଜାମିନ ଆବେଦନ କରିଥିବା ରେବାନ୍ନାଙ୍କୁ ଭାରତୀୟ ଦଣ୍ଡବିଧାନ ଆଇନର ବିଭିନ୍ନ ବିଭାଗ, ଦୁଷ୍କର୍ମ (ଧାରା ୩୭୬), ଯୌନ ଉତ୍ପୀଡ଼ନ ଏବଂ ଅନ୍ୟାନ୍ୟ ମାମଲା ସହ ଯୋଡ଼ାଯାଇଛି।

ସୂଚନାଯୋଗ୍ୟ, ପ୍ରଜ୍ବଳ ରେବାନ୍ନା କର୍ଣ୍ଣାଟକର ବଡ଼ ରାଜନୈତିକ ପରିବାରର ଜଣେ ସଦସ୍ୟ । ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେଗୌଡାଙ୍କ ନାତି । ତାଙ୍କ ପିତା ଏଚଡି ରେବାନ୍ନା ବରିଷ୍ଠ ନେତା ଏବଂ ରାଜ୍ୟର ପୂର୍ବତନ ମନ୍ତ୍ରୀ । ପ୍ରଜ୍ବଳ ରେବାନ୍ନା ୨୦୧୯ରେ ହାସନ ଲୋକସଭା ଆସନରୁ ନିର୍ବାଚନ ଲଢ଼ି ଜିତିଥିଲା । ୨୦୨୪ ନିର୍ବାଚନରେ ସେ ଏନଡିଏର ପ୍ରାର୍ଥୀ ଭାବରେ ହାସନ ଆସନରୁ ନିର୍ବାଚନ ଲଢ଼ିଥିଲେ । କିନ୍ତୁ ସେ ସେଠାରୁ ପରାସ୍ତ ହୋଇଥିଲେ ।
ନିର୍ବାଚନ ପରେ ତାଙ୍କ ବିରୋଧରେ ଯୌନ ଶୋଷଣ ନେଇ ସାଂଘାତିକ ଅଭିଯୋଗ ଆସିବା ପରେ ସେ ଦେଶ ଛାଡ଼ି ମଧ୍ୟ ପଳାଇଥିଲେ । ଦେଶକୁ ଫେରିବା ପରେ ତାଙ୍କୁ ଏୟାରପୋର୍ଟରୁ ପୋଲିସ ଗିରଫ କରିଥିଲା । ଆଉ ଏବେ ବି ପ୍ରଜ୍ବଳ ରେବାନ୍ନା ଜେଲ୍ରେ ଥିବା ବେଳେ ଆଜି ଜାମିନ୍ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରିମ୍କୋର୍ଟ।












Click it and Unblock the Notifications