Supreme Court: EVM'ରେ ଜାରି ରହିବ ଭୋଟିଂ ପ୍ରକ୍ରିୟା, ଆଉ ଫେରିବ ନାହିଁ ବାଲାଟ୍ ପେପର୍
Lok Sabha Election 2024: EVM-VVPAT'କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । EVM'ରେ ଜାରି ରହିବ ଭୋଟିଂ ପ୍ରକ୍ରିୟା । ନିର୍ବାଚନରେ ବାଲାଟ ପେପର୍ ବ୍ୟବସ୍ଥା ଫେରାଇ ଆଣିବା ପାଇଁ ହୋଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ । ଶୁକ୍ରବାର ଦିନ ସର୍ବୋଚ୍ଚ ଅଦାଲତର ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଦୀପଙ୍କର ଦତ୍ତଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ତପୀଛ ଏହି ମାମଲାର ଶୁଣାଣି ଆଜି କରି କହିଛନ୍ତି,ଇଜିଏମରେ ଦିଆଯାଉଥିବା ଭୋଟର ଶତ ପ୍ରତିଶତ ଯାଞ୍ଚ କରାଯାଇ ପାରିବ ନାହିଁ, ନିର୍ବାଚନରେ ମଧ୍ୟ ବାଲାଟ ପେପର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯାଇ ପାରିବ ନାହିଁ ।













Click it and Unblock the Notifications