SITକୁ ତଦନ୍ତକୁ ନାଁ, ଆଦାନୀ ଗ୍ରୁପକୁ ସୁପ୍ରିମକୋର୍ଟରୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ : ହିଣ୍ଡେନବର୍ଗ ମାମଲାରେ ସୁପ୍ରିମକୋର୍ଟଙ୍କ ଆସିଲା ବଡ଼ ରାୟ। ଏହି ରାୟରେ ଆଦାନୀଙ୍କୁ ମିଳିଲା ଆଶ୍ୱସ୍ତି । ସେବି(SEBI)ର ତଦନ୍ତ ରିପୋର୍ଟରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଶେୟାର ମାର୍କେଟ ରେଗୁଲେଟର ଆଦାନୀ-ହିଣ୍ଡନବର୍ଗ ମାମଲାରେ ୨୪ ରୁ ୨୨ ମାମଲାରେ ତଦନ୍ତ ଶେଷ କରିସାରିଲେଣି ଏବଂ ଏବେ ଦୁଇଟି ବାକି ଅଛି । କୋର୍ଟ କହିଛନ୍ତି ଏଥିରେ କୌଣସି ତ୍ରୁଟି ନାହିଁ ବୋଲି ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି କହିଛନ୍ତି।

ସେହିପରି ଏହି ମାମଲରେ ଏସ୍ଆଇଟି ତଦନ୍ତକୁ ମନା କରିଦେଇଛନ୍ତି କୋର୍ଟ। ତଦନ୍ତକୁ ସିକ୍ୟୁରିଟିଜ୍ ଆଣ୍ଡ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ ବା ସେବି ଠାରୁ ସ୍ପେସାଲ୍ ଇନ୍ଭେଷ୍ଟିଗେସନ୍ ଟିମ୍ (SIT)କୁ ନେବାର କୌଣସି କାରଣ ନାହିଁ। ନିୟମ ଅନୁଯାୟୀ ସେବି ତଦନ୍ତ କରିଛି। ସେବିର ତଦନ୍ତ ଉପଯୁକ୍ତ। ଏହି ଘଟଣାର ଅନୁସନ୍ଧାନ କରିବା ପାଇଁ ଏହା ଏକ ଦକ୍ଷ ଏଜେନ୍ସି ଅଟେ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ସୂଚନାଯୋଗ୍ୟ, ଆମେରିକାର ସର୍ଟ ସେଲର୍ ସଂସ୍ଥା ୨୦୨୩ ଜାନୁୟାରୀ ମାସରେ ଆଦାନୀ ଗ୍ରୁପ୍ ଉପରେ ଏକ ରିସର୍ଚ୍ଚ ରିପୋର୍ଟ ପ୍ରକାଶ କରିଥିଲା ଯେଉଁଥିରେ ଆଦାନୀ କମ୍ପାନୀର ଅଂଶଧନକୁ ଅଧିକ ମୂଲ୍ୟ ଦିଆଯିବା ସହ ଠକେଇ ସମେତ ଗ୍ରୁପ୍ ଉପରେ ଋଣ ସମ୍ପର୍କରେ ଗୁରୁତର ପ୍ରଶ୍ନ ଉଠିଥିଲା। ଯାହାକୁ ଆଦାନୀ ଗ୍ରୁପ ଏହାକୁ ସଂପୂଣ୍ଣ ମିଥ୍ୟା ବୋଲି କହିଥିଲେ ।












Click it and Unblock the Notifications