ଯୋଗୀଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ‘ଯାହା ଘର ଉପରେ ବୁଲଡୋଜର ଚଢ଼ାଉଛ, ତାକୁ ୨୫ ଲକ୍ଷ ଦିଅ'

ଉତ୍ତରପ୍ରଦେଶ ସରକାରଙ୍କୁ କଡା ତାଗିଦ କଲେ ସୁପ୍ରିମକୋର୍ଟ । ଉତ୍ତରପ୍ରଦେଶ ସରକାରଙ୍କ ବୁଲଡୋଜର ଆକ୍ସନରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ବୁଲଡୋଜର ଆକ୍ସନରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ୟୁପି ସରକାର ବୁଲଡୋଜର ଲଗାଇ ଯାହା ଘର ଭାଙ୍ଗିଛନ୍ତି, ତାଙ୍କୁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ । ୟୁପି ମହାରାଜଗଂଜ ଜିଲ୍ଲାର ରାସ୍ତା ପ୍ରଶସ୍ତିକରଣ ପାଇଁ ବୁଲଡୋଜର ଜରିଆରେ ଏକ ଘର ଭଙ୍ଗାଯାଇଥିଲା । ଏହି ମାମଲାରେ ମନୋଜ ଟିବରୱାଲ ଆକାଶ ଯାଚିକା ଦାୟର କରିଥିଲେ ।

ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ଼ କହିଛନ୍ତି, ୟୁପି ସରକାର କେବଳ ୩.୬ ବର୍ଗମିଟର ଅତିକ୍ରମଣ କରିଥିବା କହିଥିଲେ। ହେଲେ କୌଣସି ପ୍ରମାଣ ମିଳି ନାହିଁ। ନୋଟିସ ନ ଦେଇ କାହା ଘର କିଭଳି ଭଙ୍ଗାଯାଇପାରିବ। କାହା ଘରେ ପଶିବା ହେଉଛି ଅରାଜକତା। ପୀଡ଼ିତ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଦିଅନ୍ତୁ ବୋଲି ସେ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି।

କେବଳ ଏତିକି ନୁହେଁ ୟୁପି ସରକାରଙ୍କ କାର୍ଯ୍ୟ ମନମୁଖୀ। ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ହଠାତ ଘର ଭାଙ୍ଗିଦେବା ଉଚିତ ନୁହେଁ। ରାସ୍ତା ପ୍ରଶସ୍ତିକରଣ ବେଳେ ମଧ୍ୟ ସମାନ ଘଟଣା ଘଟୁଛି। ଲୋକଙ୍କୁ ଘର ଛାଡ଼ିବାକୁ ସମୟ ଦିଆଯାଉ ନାହିଁ। ଏଣୁ ରାସ୍ତା ପ୍ରଶସ୍ତିକରଣ ଏକ ବାହାନା ବୋଲି ମନେହେଉଛି ବୋଲି କୋର୍ଟ କହିଛନ୍ତି।

Yogi adityanath

ଏପରି କୌଣସି ଲୋକର ଘର ଭାଙ୍ଗିବା ଅରାଜକତା, ଆପଣ ଏମିତିରେ କେମିତି କାହା ଘରକୁ ଭାଙ୍ଗି ଦେବେ? ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏଥି ପାଇଁ କୌଣସି ଠାରେ ଆପଣ ଉଚିତ ପ୍ରକ୍ରିୟା ଆବଲମ୍ବନ କରିଥିବାର ପ୍ରମାଣ ମଧ୍ୟ ନାହିଁ। ଏହା ସବୁ ମନଇଛା କାମ ବୋଲି କୋର୍ଟ କହିଛନ୍ତି।

କୋର୍ଟ କହିଛନ୍ତି ଯେ ଆମ ପାଖରେ ଆଫିଡେଭିଟ ଅଛି ଆପଣ ନୋଟିସ୍ ମଧ୍ୟ ଜାରି କରି ନାହାନ୍ତି। କେବଳ ସାଇଟ୍ ଭିଜିଟ କରିଛନ୍ତି ଓ ତା ପରେ ସଡ଼କ ପ୍ରଶସ୍ତିକରଣ ନିମନ୍ତେ ଯେତିକି ଜମି ଆବଶ୍ୟକ ଥିଲା ଲୋକଙ୍କ ଘର ଭାଙ୍ଗି କାଢି ନେଇଛନ୍ତି। ଏଥି ପାଇଁ ଆମେ ଦଣ୍ଡାତ୍ମକ କ୍ଷତିପୂରଣ ଦେବା ପାଇଁ ଇଛା କରିପାରୁ, ହେଲେ ଏଥିରେ ନ୍ୟାୟର ମୂଳ ଉଦ୍ଦେଶ୍ୟ ପୂରଣ ହୋଇ ପାରିବ କି? ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। କୋର୍ଟ ରାଜ୍ୟ ସରକାରଙ୍କ ଓକିଲଙ୍କୁ ଏହା ମଧ୍ୟ ପଚାରିଛନ୍ତି ଯେ ଆପଣ କେତେ ଲୋକଙ୍କ ଘର ଭାଙ୍ଗିଛନ୍ତି? ଏଥିରେ ରାଜ୍ୟ ସରକାରଙ୍କ ଓକିଲ ୧୨୩ ଅବୈଧ ନିର୍ମାଣ ଭଙ୍ଗାଯାଇଥିବାର କୋର୍ଟଙ୍କୁ କହିଛନ୍ତି।

ସିଜେଆଇ କହିଛନ୍ତି ଯେ ୱାର୍ଡ ନମ୍ବର ୧୬, ହମ୍ମିଦନଗର ମହଲାସ୍ଥିତ ମନୋଜ ଟିବରେୱାଲ ଲେଖିଥିବା ପତ୍ରକୁ କୋର୍ଟ ସଂଜ୍ଞାନକୁ ନେଇଛନ୍ତି। ପତ୍ରରେ ଟିବରେୱାଲ ତାଙ୍କ ପୈତୃକ ଘର ଓ ଦୋକାନକୁ ବିୁଧ୍ୱଂସୀକରଣରେ ଧ୍ୱଂସ୍ତ କରାଯାଇଥିବା ଅଭିଯୋଗ କରିଛନ୍ତି। ଏହି ପୁରା ଘଟଣାକ୍ରମ ଅଧିଗ୍ରହଣ କରିବା ଭଳି। ଏଣୁ ସିଜେଆଇ ପୁରା ଘଟଣାକ୍ରମର ଯାଞ୍ଚ ହେବା ଜରୁରି ଆବଶ୍ୟକ ବୋଲି କହିଛନ୍ତି। ମାମଲାରେ ସରକାର ୟୁପି ଷ୍ଟେଟ୍‌ ଏନଏଚର ମୂଳ ଚୌଡା ଦର୍ଶାଇବା ପାଇଁ ମଧ୍ୟ କୌଣସି ଡକ୍ୟୁମେଣ୍ଟ ଉପସ୍ଥାପନ କରୁ ନାହାନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+