ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ପଞ୍ଜାବ ଓ ହରିୟାଣା ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆରରେ ପ୍ରଦୂଷଣ ସଙ୍କଟ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ ପଞ୍ଜାବ ଓ ହରିୟାଣା ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ଅଦାଲତ କହିଛନ୍ତି ଯେ ଏହି ମାମଲା କିଛି ଆଇନର ଅନୁପାଳନରେ ସୀମିତ ନୁହେଁ। ଲୋକଙ୍କ ମୌଳିକ ଅଧିକାର ଏଠାରେ ଉଲ୍ଲଂଘନ କରାଯାଉଛି | ଯେଉଁମାନେ ବାୟୁକୁ ବିଷାକ୍ତ କରନ୍ତି ଏବଂ ଏହାକୁ ରୋକିବାରେ ବିଫଳ ହୁଅନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ |
କୋର୍ଟଙ୍କ ନିର୍ଦ୍ଦେଶରେ ପଞ୍ଜାବ ଏବଂ ହରିୟାଣାର ମୁଖ୍ୟ ସଚିବମାନେ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ଜଷ୍ଟିସ ଅଭୟ ଓକାଙ୍କ ନେତୃତ୍ୱରେ ୩ ଜଣ ବିଚାରପତିଙ୍କ ଏକ ବେଞ୍ଚ ଉଭୟଙ୍କୁ ତୀବ୍ର ଭର୍ତ୍ସନା କରିଛି। ବେଞ୍ଚର ସଦସ୍ୟ ଜଷ୍ଟିସ ଅମାନତୁଲ୍ଲା କହିଛନ୍ତି, "ଦିଲ୍ଲୀର ବର୍ତ୍ତମାନର ଅବସ୍ଥା ଏବଂ ଭବିଷ୍ୟତରେ କଣ ଘଟିବ ସେ ବିଷୟରେ ଚିନ୍ତା କର। ତୁମେ ମଧ୍ୟ ନଡ଼ା ପ୍ରଦୂଷଣ ଦ୍ୱାରା ପ୍ରଭାବିତ ହୋଇଥିବ । ଅନ୍ତତଃ ପକ୍ଷେ ନିଜ ବିଷୟରେ ଚିନ୍ତା କର।"
ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଗଭୀର ଚିନ୍ତାବ୍ୟକ୍ତ କରିଛନ୍ତି । ଏହା ସହିତ ପରିବେଶ ସଂରକ୍ଷଣ ଅଧିନିୟମ ଆଧାରରେ ନୂଆ ନିୟମ ଆଣିବା ସହତ ଏଥିରେ ସ୍ବତନ୍ତ୍ର ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ କହିଛନ୍ତି । ଏନେଇ କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହ ସମୟ ଦେଇଛନ୍ତି କୋର୍ଟ । ବାୟୁ ପ୍ରଦୂଷଣ ନିୟମ ଉଲ୍ଲଙ୍ଘନ, ନାଗରିକଙ୍କ ମୌଳିକ ଅଧିକାରକୁ ଖୋଲାଖୋଲି ଭାବେ ଉଲ୍ଲଙ୍ଘନ କରୁଛି ବୋଲି ଅଦାଲତ କହିଛନ୍ତି ।

ସୁପ୍ରିମକୋର୍ଟ କହିଛନ୍ତି, ଯଦି ଏହି ସରକାର ଆଇନ ପ୍ରଣୟନ କରିବାକୁ ପ୍ରକୃତରେ ଆଗ୍ରହୀ, ତେବେ ଅତି କମରେ ଗୋଟିଏ ମାମଲା ରୁଜୁ ହେବା ଉଚିତ। ସୁପ୍ରିମକୋର୍ଟ ପଞ୍ଜାବର ମୁଖ୍ୟ ସଚିବଙ୍କୁ କହିଛନ୍ତି ଯେ ପ୍ରାୟ ୧୦୮୦ ଉଲ୍ଲଂଘନକାରୀ (ନଡ଼ା ଜାଳିବା ବ୍ୟକ୍ତି) ଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକୃତ ହୋଇଛି। କିନ୍ତୁ ସେମାନଙ୍କୁ ଦଣ୍ଡା ଦେବା ବଦଳରେ ମାତ୍ର ୪୭୩ ଜଣଙ୍କ ଠାରୁ ସାମାନ୍ୟ ଜୋରିମାନା ଆଦାୟ କରାଯାଇ ତାଙ୍କୁ ଛାଡ଼ି ଦିଆଯାଇଛି। ୬୦୦ କିମ୍ବା ତା'ଠାରୁ ଅଧିକ ଲୋକଙ୍କୁ ସରକାର ବଞ୍ଚାଇ ଦେଇଛନ୍ତି।
ଏଭଳି ଗତ ତିନି ବର୍ଷ ହେଲା ଜାରି ରହିଛି। ଆପଣ ପ୍ରଦୂଷଣ ମାମଲାକୁ ବେଶ୍ ହାଲୁକାରେ ନେଉଛନ୍ତି। ଆଇନ୍ ଆପଣଙ୍କୁ ମକଦ୍ଦମା ଚଳାଇବାକୁ ଅନୁମତି ଦେଉଛି। କିନ୍ତୁ ଆପଣ କ୍ରମାଗତ ଭାବରେ ନିର୍ଦ୍ଦେଶ ଅନୁସରଣ କରୁନାହାଁନ୍ତି। ଆପଣ କେବଳ ନୋଟିସ୍ ଜାରି କରି ଦୋଷୀଙ୍କୁ ଛାଡି ଦେଉଛନ୍ତି। ଆପଣ ଜବାବ ଦାଖଲ କରି ଚାଲିଥିବେ ଆଉ ଆମେ ଶୁଣାଣି କରି ଚାଲିଥିବୁ। ଏଭଳି ଚଳିବ ନାହିଁ। ଏଭଳି ସ୍ଥିତିରେ କୌଣସି ସମାଧାନ ବାହାରିବ ନାହିଁ। ଯଦି ଆବଶ୍ୟକ ପଡେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲ ସୁପ୍ରିମକୋର୍ଟ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ତାଗିଦ କରିଛନ୍ତି।












Click it and Unblock the Notifications