ହାଇକୋର୍ଟଙ୍କ ଉପରେ ବଢୁଛି ମାମଲା ବୋଝ, ଅସ୍ଥାୟୀ ବିଚାରପତି ନିଯୁକ୍ତି ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ

ହାଇକୋର୍ଟ ଉପରେ ଦିନକୁ ଦିନ ମାମଲା ବୋଝ ବଢ଼ିବାରେ ଲାଗିଛି। ଯେଉଁ ପରିମାଣରେ ମାମଲା ରୁଜୁ ହେଉଛି, ସେହି ପରିମାଣରେ ଫଇସଲା ହୋଇପାରୁ ନାହିଁ। କେତେକ ମାମଲା ବହୁ ବର୍ଷ ହେଲା ଗଡୁଛି।ଆଉ ଏସବୁ ଭିତରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି ।ଅସ୍ଥାୟୀ ବିଚାରପତି ନିଯୁକ୍ତିକୁ ନେଇ ପୂର୍ବରୁ ଦିଆଯାଇଥିବା ଏକ ରାୟକୁ ସଂଶୋଧନ କରିବା ପାଇଁ ସୁପ୍ରିମକୋର୍ଟ ମଙ୍ଗଳବାର ରାଜି ହୋଇଛନ୍ତି। ପୂର୍ବରୁ ୨୦୨୧ରେ ଲୋକପ୍ରହରୀ ମାମଲାରେ ହାଇକୋର୍ଟଗୁଡିକରେ ୨୦ ପ୍ରତିଶତ କିମ୍ବା ଏହାଠାରୁ ଅଧିକ ବିଚାରପତି ପଦବୀ ଖାଲି ଥିଲେ ଅସ୍ଥାୟୀ ବିଚାରପତି ନିଯୁକ୍ତ କରିବାକୁ ରାୟ ଦେଇଥିଲେ।

ଏବେ ସିଜେଆଇ ସଞ୍ଜୀବ ଖାନ୍ନା, ଜଷ୍ଟିସ ବିଆର ଗଭାଇ ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ସ୍ବତନ୍ତ୍ର ଖଣ୍ଡପୀଠ ଏ ସମ୍ବନ୍ଧିତ ପଡ଼ି ରହିଥିବା ବିଚାରପତି ନିଯୁକ୍ତି ମାମଲାର ଶୁଣାଣି କରିଛନ୍ତି। ସିଜେଆଇ କହିଛନ୍ତି ଯେ କିଛି ହାଇକୋର୍ଟରେ ବିଚାରପତିଙ୍କ ପିଛା ଭାର ଢେର ଅଧିକ ବୃଦ୍ଧି ପାଇଛି। ବିଭିନ୍ନ ଖଣ୍ଡପୀଠରେ ପଡ଼ି ରହିଥିବା ଆପରାଧିକ ମାମଲା ଉପରେ ଜଣେ ବିଚାରପତି କିମ୍ବା ବରିଷ୍ଠ ବିଚାରପତି ଏବଂ ଅସ୍ଥାୟୀ ବିଚାରପତି ଶୁଣାଣି କରିପାରନ୍ତି। ତେଣୁ ପୂର୍ବ ନିଷ୍ପତ୍ତିରେ ସଂଶୋଧନ କରାଯିବାର ଆବଶ୍ୟକତା ରହିଛି।

supreme court

ଏବେ ଆହ୍ଲାବାଦ ହାଇକୋର୍ଟରେ ୬୩ ହଜାର, ଝାଡ଼ଖଣ୍ଡରେ ୧୩ ହଜାର, କର୍ଣ୍ଣାଟକରେ ୨୦ ହଜାର, ପାଟନାରେ ୨୧ ହଜାର, ରାଜସ୍ଥାନରେ ୮ ହଜାର, ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରେ ୨୧ ହଜାର ଆବେଦନ ପଡ଼ି ରହିଛି ବୋଲି ସିଜେଆଇ କହିଛନ୍ତି। ସେ ଅସ୍ଥାୟୀ ବିଚାରପତି ନିଯୁକ୍ତି ନେଇ ଆଟର୍ଣ୍ଣି ଜେନେରାଲଙ୍କ ରାୟ ମାଗିଛନ୍ତି। ଆଗାମୀ ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+