ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ମାମଲା: ଗସ୍ତ ସମ୍ବନ୍ଧିତ ସମସ୍ତ ରେକର୍ଡ ରିଜର୍ଭ ରଖିବାକୁ ସୁପ୍ରିମ କୋର୍ଟଙ୍କ ଆଦେଶ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାରେ ଅବହେଳା ଜନିତ ମାମଲାର ଶୁଣାଣୀ କରି ଗୁରୁତ୍ବପୂର୍ଣ ରାୟ ଦେଇଛନ୍ତି। ମୋଦୀଙ୍କ ପଞ୍ଜାବ ଗସ୍ତ ସମ୍ବନ୍ଧିତ ସମସ୍ତ କାଗଜପତ୍ର ସୁରକ୍ଷିତ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି। ଶୁଣାଣୀ ସମୟରେ ସର୍ବୋଚ୍ଚ ନ୍ୟାୟଳୟ ପଞ୍ଜାବ-ହରିୟଣା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତର ସମସ୍ତ ରେକର୍ଡ ସୁରକ୍ଷିତ ରଖିବାକୁ ଆଦେଶ ଦେଇଛନ୍ତି। ସମ୍ପୃକ୍ତ ରେକର୍ଡ ସିଲ କରିବା କାର୍ଯ୍ୟରେ ପଞ୍ଜାବ ସରକାର, ପୁଲିସ ଅଧିକାରୀ, ଏସପିଜି ଏବଂ କେନ୍ଦ୍ର ସରକାର ସମେତ ରାଜ୍ୟର ସମସ୍ତ ସଂସ୍ଥା ଗୁଡିକ ଏଥିରେ ସହଯୋଗ କରିବା ପାଇଁ ନିର୍ଦେଶ ଦେଇଛନ୍ତି।

PM narendra modi

ଏଥିପୂର୍ବରୁ ଭାରତର ସଲିସିଟର ଜେନରେଲ ତୁଷାର ମେହଟା ସୁପ୍ରିମ କୋର୍ଟକୁ ଅବଗତ କରିଥିଲେଯେ, ପ୍ରଧାନମନ୍ତ୍ରୀଙ୍କ ସହିତ ଘଟିଥିବା ଏହି ଘଟଣା ଯୋଗୁଁ ଭାରତକୁ ଅନ୍ତରାଷ୍ଟ୍ରୀୟସ୍ତରରେ ଲଜ୍ଜିତ ହେବାକୁ ପଡିଛି। ସରକାର ଏହି ମାମଲାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନେଇଛନ୍ତି ବୋଲି ଶ୍ରୀ ମେହଟା କହିଥିଲେ। ଅନ୍ୟ ପକ୍ଷରେ ଏହି ଘଟଣା ଦିନ ହିଁ ପଞ୍ଜାବ ସରକାର ଯାଞ୍ଚ ଆଦେଶ ଦେଇଥିଲେ ବୋଲି ସୁପ୍ରିମକୋର୍ଟରେ ସଫେଇ ଦେଇଛନ୍ତି ପଞ୍ଜାବ ସରକାରଙ୍କ ଓକିଲ ଡିଏସ ପାଟବାଲିଆ।

ସୂଚନା ଯୋଗ୍ୟଯେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଞ୍ଜାବର ଫିରୋଜପୁରରେ ଏକ ସମାବେଶକୁ ସମ୍ବୋଧିତ କରିବାକୁ ଯାଉଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କନଭେନ ଯାଉଥିବାବେଳେ ଫ୍ଲାଏ ଓଭରରେ କିଛି ବିକ୍ଷୋଭକାରୀ ରାସ୍ତା ଅବରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଯାତ୍ରା ପ୍ରାୟ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଏହି ଫ୍ଲାଏ ଓଭରରେ ଅଟକି ରହିଥିଲା ଏବଂ ଏହା ପରେ ପ୍ରଧାନମନ୍ତ୍ରୀ ଭଟିଣ୍ଡା ଫେରିଥିଲେ ।

"ମୁ ଜୀବନ୍ତ ଫେରିଆସିଛି ବୋଲି ଜଣାଇଦେବ ତୁମ ମୁଖ୍ୟମନ୍ତ୍ରୀଙ୍କୁ":


ଫେରୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଭଟିଣ୍ଡା ବିମାନ ବନ୍ଦରରେ ପଞ୍ଜାବର ସରକାରୀ ଅଧିକାରୀଙ୍କୁ କହିଥିଲେ ଯେ ମୁଁ ଜୀବନ୍ତ ଫେରି ଆସିଛି, ତେଣୁ ତୁମ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବ । ମୋଦୀଙ୍କ ଏହି କଟାକ୍ଷ ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବେ ଗୌଡାଙ୍କ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ନେତାମାନେ ଏହି ଘଟଣାକୁ ନିନ୍ଦା କରିଥିଲେ। ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କୁ ଏଥିପାଇଁ ଦାୟୀ କରି ବିଜେପି ଦୃଢ ନିନ୍ଦା କରିବା ସହିତ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ଘଟଣାକୁ କଂଗ୍ରେସ ପକ୍ଷରୁ ମଧ୍ୟ ଅନୁଚିତ ବୋଲି କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+