ସୁପ୍ରିମକୋର୍ଟରୁ ନୱାବ ମଲିକଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି
Supreme Court on Nawab Malik: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନୱାବ ମଲିକଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି । କୋର୍ଟ ତାଙ୍କୁ ଦେଇଥିବା ମଧ୍ୟବର୍ତ୍ତୀକାଳୀନ ଜାମିନ ଅବଧି ବୃଦ୍ଧି କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ବମ୍ବେ ହାଇକୋର୍ଟଙ୍କ ଆଦେଶ ନ ଆସିବା ପର୍ଯ୍ୟନ୍ତ ଏହି ରାୟ ବଳବତ୍ତର ରହିବ ।

ଅସୁସ୍ଥତା କାରଣରୁ 11 ଅଗଷ୍ଟ 2023 ରେ ସୁପ୍ରିମକୋର୍ଟ ମଲିକଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିଥିଲେ। ସେବେଠାରୁ ସେ ବାହାରେ ଅଛନ୍ତି। ଫେବୃଆରୀ 2022 ରେ ମନି ଲଣ୍ଡରିଂ ମାମଲାରେ ନୱାବ ମଲିକଙ୍କୁ ଗିରଫ କରାଯାଇଥିଲା। ନୱାବ ମଲିକ କିଡନୀ, ହୃଦୟ ଏବଂ ଅନ୍ୟାନ୍ୟ ଅନେକ ଶାରୀରିକ ରୋଗରେ ପୀଡିତ ଥିବା ନେଇ ସୂଚନା ରହିଛି । କୁର୍ଲା ଅଞ୍ଚଳରେ ଜମି ବିକ୍ରୟ ସ୍କାମରେ ନବାବ ମଲିକଙ୍କୁ ଇଡି ଗିରଫ କରିଥିଲା।












Click it and Unblock the Notifications