Get Updates
Get notified of breaking news, exclusive insights, and must-see stories!

ସୁପ୍ରିମକୋର୍ଟରେ ଉଦ୍ଧବଙ୍କୁ ଝଟ୍‌କା:ଏହି ଭୁଲ ପାଇଁ ହୋଇ ପାରିବେ ନାହିଁ ମୁଖ୍ୟମନ୍ତ୍ରୀ

ମୁମ୍ବାଇ:ଶିବସେନା ମାମଲାରେ ଉଦ୍ଧବଙ୍କୁ ଲାଗିଲା ଝଟ୍‌କା । ଉଦ୍ଧବ ସ୍ୱେଚ୍ଛାରେ ଇସ୍ତଫା ଦେଇଥିବାରୁ କିଛି କରିପାରିବୁନି
ବୋଲି କହିଲେ ସୁପ୍ରିମକୋର୍ଟ । ଯଦି ସେ ନିଜେ ଇସ୍ତଫା ନ ଦେଇଥାନ୍ତେ ତେବେ ଘଟଣା ଅନ୍ୟ ମୋଡ ନେଇଥାନ୍ତା ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି ।

ସିନ୍ଦେ ବନାମ ଉଦ୍ଧବ ଠାକରେ ମାମଲାରେ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହୋଇଛି । କୋର୍ଟ କହିଛନ୍ତି ଯେ, ଉଦ୍ଧବ ଠାକରେଙ୍କ ସରକାର ପୁନଃ ସ୍ଥାପିତ ହୋଇପାରିବ ନାହିଁ କାରଣ ସେ ଆସ୍ଥା ଭୋଟର ସମ୍ମୁଖୀନ ନ ହୋଇ ଆଗୁଆ ଇସ୍ତଫା ଦେଇଥିଲେ ତେଣୁ ଏହି ମାମଲାରେ ସର୍ବୋଚ୍ଚ ଅଦାଲତ କିଛି କରିପାରିବ ନାହିଁ ।

Uddhav Thackeray

ସେହିପରି ଦଳ ବଦଳାଇଥିବା ୧୬ ବିଧାୟକଙ୍କ ପ୍ରତି ନିଷ୍ପତ୍ତି ନେଲେ ନାହିଁ କୋର୍ଟ । ଶିବସେନାରୁ ଯାଇ ଏକନାଥ ସିନ୍ଦେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ୧୬ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଉଦ୍ଧବ ଠାକରେ କୋର୍ଟରେ ଆବେଦନ କରିଥିଲେ ।

ଏହାର ନିଷ୍ପତ୍ତି ଶୁଣାଇ କୋର୍ଟ କହିଛନ୍ତି, ବିଧାୟକଙ୍କ ଅଯୋଗ୍ୟତା ଉପରେ କୋର୍ଟ କୌଣସି ନିଷ୍ପତ୍ତି ନେଇ ପାରିବେ ନାହିଁ । ବିଧାନସଭା ବାଚସ୍ପତିଙ୍କ ଉପରେ ଏନେଇ ଦାୟିତ୍ୱ ଦେଲେ ସୁପ୍ରମକୋର୍ଟ । ସେହିପରି ଉଦ୍ଧବ ଠାକରେ ସ୍ୱଇଛାରେ ଇସ୍ତଫା ଦେଇଥିବାରୁ ଏକନାଥ ସିନ୍ଦେଙ୍କୁ ସରକାର ଗଠନ ପାଇଁ ଦାୟିତ୍ୱ ଦେଇ ରାଜ୍ୟପାଳ ଠିକ୍ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

ସୂଚାନାଥାଉ ଯେ, ଉଦ୍ଧବ ଠାକରେ ସମର୍ଥନ ହରାଇଛନ୍ତି ବୋଲି ଭାବି ରାଜ୍ୟପାଳ ଆସ୍ଥା ଭୋଟର ନିର୍ଦ୍ଦେଶ ଦେଇଥିଲେ । ତେବେ ଏକ ନାଥ ସିନ୍ଦେ ଗ୍ରୁପକୁ ମୁଖ୍ୟ ସଚେତକ ନିଯୁକ୍ତି ପାଇଁ ଅଧିକାର ଦେଇ ବାଚସ୍ପତି ଭୁଲ କରିଥିଲେ । ତେଣୁ ଦଳୀୟ କନ୍ଦଳକୁ ସମାଧନ ପାଇଁ ଫ୍ଲୋର ଟେଷ୍ଟକୁ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+