ଯଦି ବାଣ ଫୁଟାଇବ ପାଇଁ ଚାହୁଁଛ, ତେବେ ଅନ୍ୟ କିଛି ରାଜ୍ୟକୁ ଯାଅ: ସୁପ୍ରିମକୋର୍ଟ
ନୂଆାଦିଲ୍ଲୀ: ଚଳିତ ଦୀପାବଳିରେ ଦିଲ୍ଲୀରେ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ଆପ୍ ସରକାର । ଏହାକୁ ସ୍ୱାଗତ କରିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀ ସରକାରଙ୍କ ବାଣ ବିକ୍ରୟ ତଥା ବାଣଫୁଟା ଉପରେ ନିଷେଧାଦେଶ ଜାରି କରାଯାଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି ।
ତେବେ ବାଣ ଫୁଟାଇବାକୁ ନେଇ ଲାଗା ଯାଇଥିବା ପ୍ରତିବନ୍ଧକ ବିରୋଧରେ ମନୋଜ ତିୱାରୀ ଆବେଦନ କରିଥିଲେ । ଯାହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସୁପ୍ରମିକୋର୍ଟ ।

ସୂଚନାଥାଉ କି, ଚଳିତଥର ଦୀପାବଳୀ ପାଇଁ ଦିଲ୍ଲୀରେ କେବଳ ସବୁଜ ବାଣକୁ ଅନୁମତି ମିଳିଛି । ଦିଲ୍ଲୀରେ ଶୀତଦିନରେ ବାୟୂ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଯାଇଛି ।
ତେବେ ଏହାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କହିଛନ୍ତି, "ଯଦି କୌଣସି ସରକାର ରାଜ୍ୟର ସ୍ଥାନୀୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାଣ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାନ୍ତି, ତେବେ ଏହା କରିପାରିବେ । କୋର୍ଟ ଏଥିରେ ନିଜର କୌଣସି ହସ୍ତକ୍ଷେପ କରିବ ନାହିଁ । ଯଦି ଆପଣ ବାଣ ଫୁଟାଇବାକୁ ଚାହାଁନ୍ତି, ତେବେ ସେହି ରାଜ୍ୟକୁ ଯାଆନ୍ତୁ, ଯେଉଁଠାରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲାଗି ନାହିଁ ।"












Click it and Unblock the Notifications