ଚଣ୍ଡିଗଡ଼ ମେୟର ନିର୍ବାଚନ: ବାଲଟ୍‌ ପେପର ଯାଞ୍ଚ୍ କରିବେ ସୁପ୍ରିମ କୋର୍ଟ

Chandigarh Mayor Polls: ଆଜି ଚଣ୍ଡିଗଡ଼ ନିର୍ବାଚନରେ ​​ଜାଲିଆତି ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଯାଇଛି । ଚଣ୍ଡିଗଡ଼ ମେୟର ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ବାଲଟ ପେପରଗୁଡ଼ିକୁ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଆସନ୍ତାକାଲି ଅପରାହ୍ନ ୨ଟାରେ ଏହି ମାମଲାର ଶୁଣାଣି ହେବ। ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ,
ଆପ୍‌ର ୮ ଜଣ କାଉନସିଲରଙ୍କ ବାଲଟ ପେପରକୁ ନାକଚ କରାଯିବାରୁ ଏହାକୁ ନେଇ ସର୍ବୋଚ୍ଚ ଅଦାଲତ କଡ଼ା ସମାଲୋଚନା କରିଛନ୍ତି । ରିଟର୍ଣ୍ଣିଂ ଅଫିସର ଅନୀଲ ମାସିହଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି କୋର୍ଟ ।

ବେଞ୍ଚ ଆଜି ସୁପ୍ରିମକୋର୍ଟରେ ହାଜର ହୋଇଥିବା ରିଟର୍ଣ୍ଣିଂ ଅଫିସର ଅନିଲ ମାସିହଙ୍କୁ ପଚାରିଛି ଯେ ସେ ବାଲାଟ ପେପରକୁ କ୍ରସ କରିଛନ୍ତି କି ନାହିଁ। ଏହା ଉପରେ ଅନିଲ ମାସିହ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଆସି ବାଲାଟ ପେପର ନେଇ ଚିରି ଦେଇଥିଲେ । ତେବେ କ୍ୟାମେରାକୁ କାହିଁକି ଦେଖୁଥିଲେ ବୋଲି ମଧ୍ୟ ତାଙ୍କୁ ପ୍ରଶ୍ନ କରାଯାଇଥିଲା ? ଏହା ଉପରେ ଅନିଲ ମାସିହ କହିଛନ୍ତି ଯେ ସେଠାରେ ବହୁତ ଶବ୍ଦ ଥିଲା ଏବଂ ସେଠାରେ ଅନେକ କ୍ୟାମେରା ଲଗାଯାଇଥିଲା । ସେଥିପାଇଁ ମୁଁ ସେଠାକୁ ଚାହିଁଥିଲି ।

Chandigarh Mayor Polls

ଅନ୍ୟପଟେ ଆଜିର ଶୁଣାଣି ପୂର୍ବରୁ ଚଣ୍ଡିଗଡ଼ ମେୟର ତଥା ବିଜେପି ନେତା ମନୋଜ ସୋନକର ନିଜ ପଦରୁ ଇସ୍ତଫା ଦେବା ସବ ଆପ୍‌ର ୩ ଜଣ କାଉନସିଲର ବିଜେପି ସହ ମିଶିଛନ୍ତି । ଏପରି ସ୍ଥିତିରେ ବିଜେପି ପୁଣି ମେୟର ନିର୍ବାଚନ କରାଇବାକୁ ଲକ୍ଷ୍ୟ ରଖିଛି। ପୁଣି ନିର୍ବାଚନ ହେଲେ ବିଜେପି ବେଶ ସହଜରେ ଓ ବିନା ବିବାଦରେ ମେୟର ପଦ ହାତେଇ ପାରିବ ବୋଲି ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+