Get Updates
Get notified of breaking news, exclusive insights, and must-see stories!

ଇତିହାସ ରଚିଲା ସୁପ୍ରିମକୋର୍ଟ, CJIଙ୍କ ଅଦାଲତରେ ହେଲା ଭୋଟ ଗଣନା

ମଙ୍ଗଳବାର ସୁପ୍ରିମକୋର୍ଟ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଏକ ନୂଆ ଇତିହାସ ଲେଖିଛନ୍ତି । ପ୍ରଧାନ ବିଚାରପତି ଡିଏ ଚନ୍ଦ୍ରଚୁଦଙ୍କ ନେତୃତ୍ୱରେ ଏକ ତିନିଜଣିଆ ଖଣ୍ଡପୀଠ ପୁରୁଣା ନିର୍ବାଚନ ଫଳାଫଳକୁ ଖଣ୍ଡନ କରିଛନ୍ତି, ଏହା ପରେ କୋର୍ଟରେ ଭୋଟ୍ ଗଣନା କରାଯାଇ ଫଳାଫଳ ଘୋଷଣା କରାଯାଇଛି । ଏଥିରେ ଆମ୍ ଆଦମୀ ପାର୍ଟି (ଆପ୍‌) ପ୍ରାର୍ଥୀ କୁଲଦୀପ କୁମାର ବିଜୟୀ ହୋଇ ଚଣ୍ଡିଗଡ଼ର ନୂତନ ମେୟର ହୋଇଥିଲେ ।

ଚଣ୍ଡିଗଡ଼ ମେୟର ନିର୍ବାଚନର ଫଳାଫଳକୁ ସୁପ୍ରିମକୋର୍ଟ ଖାରଜ କରି ଆମ୍ ଆଦମୀ ପାର୍ଟି-କଙ୍ଗ୍ରେସ ମିଳିତ ମଞ୍ଚର ପରାଜିତ ପ୍ରାର୍ଥୀ କୁଲଦୀପ କୁମାରଙ୍କୁ ସହରର ନୂତନ ମେୟର ଭାବରେ ଘୋଷଣା କରିଛନ୍ତି । ଜାନୁଆରୀ ୩୦ ନିର୍ବାଚନରେ ଗୁରୁତର ତ୍ରୁଟି ଦେଖିବା ପରେ ରିଟନିଂ ଅଫିସର ଅନିଲ ମାସିହା ଯିଏ କି ଭାଜପାର ନେତା ଅଟନ୍ତି ' ତାଙ୍କ ବିରୋଧରେ ଅସଦାଚରଣ' କରିଥିବା ଅଭିଯୋଗରେ ମାମଲା ଦାୟର କରିବା ପାଇଁ କେର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଏହା ସମଗ୍ର ନିର୍ବାଚନ ପ୍ରକ୍ରିୟାକୁ ଖଣ୍ଡନ କରୁନାହିଁ ଏବଂ ଗଣନା ପ୍ରକ୍ରିୟାରେ ହୋଇଥିବା ଅସଦାଚରଣର ମୁକାବିଲା ପାଇଁ ନିଜକୁ ସୀମିତ ରଖିଛି, ଯେଉଁଥିପାଇଁ କୁମାରଙ୍କ ସପକ୍ଷରେ ଦିଆଯାଇଥିବା ଆଠଟି ଭୋଟ୍ ଅବୈଧ ହୋଇଛି । ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ର ଚୂଡଙ୍କ ଅଧ୍ୟକ୍ଷତାରେ ବସିଥିବା ବେଞ୍ଚ କହିଛନ୍ତି , ଏହା ସ୍ପଷ୍ଟ ହୋଇଛି ଯେ, ମସିହା ଜାଣିଶୁଣି ଆଠଟି ବାଲାଟ ପେପରକୁ ଖରାପ କରିବାକୁ ଚେଷ୍ଟା କରିଥିଲେ ।

dy chandrachud

ଭାରତୀୟ ଜନତା ପାର୍ଟି (ବିଜେପି) ଜାନୁଆରୀ ୩୦ ରେ କଂଗ୍ରେସ-ଏଏପି ମିଳିତ ମଞ୍ଚ ବିରୋଧରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଜିତିଥିଲା । ମେୟର ପଦ ପାଇଁ ବିଜେପିର ମନୋଜ ସୋନକର ଆପ୍ ର କୁଲଦୀପ କୁମାରଙ୍କୁ ପରାସ୍ତ କରିଥିଲେ । ପ୍ରତିଦ୍ୱନ୍ଦ୍ୱୀଙ୍କର ୧୨ ଭୋଟ ବିରୋଧରେ ସୋନକର ୧୬ ଭୋଟ ପାଇଥିଲେ । ସୋନକର ରବିବାର ମେୟର ପଦରୁ ଇସ୍ତଫା ଦେଇଛନ୍ତି ।

ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଆପ୍ କାଉନସିଲର କୁଲଦୀପ କୁମାର ଶୀର୍ଷ ଅଦାଲତକୁ ଯାଇଥିଲେ । ଯାହାକି ଚଣ୍ଡିଗଡ଼ରେ ପୁନଃ ମେୟର ନିର୍ବାଚନ ଦାବି କରୁଥିବା ଦଳର ଆବେଦନ ଉପରେ କୌଣସି ମଧ୍ୟବର୍ତ୍ତୀକାଳୀନ ସହାୟତା ଦେବାକୁ ମନା କରିଦେଇଥିଲେ । ନାଗରିକ ସଂଗଠନରେ ବିଜେପିର ୧୬ ବିରୋଧରେ ଏହି ମିଳିତ ମଞ୍ଚର ୨୦ ଟି ଭୋଟ୍ ରହିଛି ଏବଂ ମିଳିତ ମଞ୍ଚର ଆଠଟି ବାଲାଟ୍ ପେପର 'ନଷ୍ଟ' ହୋଇଛି ଏବଂ ଅବୈଧ ହୋଇଛି ବୋଲି ଆପ୍ ନେତା ଦାବି କରିଥିଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+