ସିଧା ଶୁଣାଇ ଦେଲେ ସୁପ୍ରିମକୋର୍ଟ, କହିଲେ ଭାରତ କୌଣସି ଧର୍ମଶାଳା ନୁହେଁ

ଭାରତ କୌଣସି ଧର୍ମଶାଳା ନୁହେଁ, ଯିଏ ଚାରିଆଡୁ ଆସୁଥିବା ଶରଣାର୍ଥୀଙ୍କୁ ଜାଗା ଦେଇପାରିବ। ଶ୍ରୀଲଙ୍କାର ଜଣେ ନାଗରିକଙ୍କୁ ଶରଣ ଦେବା ନେଇ ଆଗତ ପିଟିସନକୁ ଖାରଜ କରି ସୁପ୍ରିମକୋର୍ଟ ସୋମବାର ଏହା କହିଛନ୍ତି। କୋର୍ଟ କହିଛନ୍ତି ଯେ, ଭାରତରେ କ'ଣ ସାରା ବିଶ୍ଵରୁ ଆସୁଥିବା ଶରଣାର୍ଥୀଙ୍କୁ ଶରର ଦିଆଯାଇ ପାରିବ ? ଆମେ ଏଠି ୧୪୦ କୋଟି ଲୋକଙ୍କ ସହିତ ସଂଘର୍ଷ କରୁଛୁ।

Supreme Court

ବିଚାରପତି ଦୀପାଙ୍କର ଦତ୍ତ ଏବଂ ବିଚାରପତି ବିନୋଦ ଚନ୍ଦ୍ରନଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀଲଙ୍କାର ଜଣେ ନାଗରିକଙ୍କ ଆବେଦନର ଶୁଣାଣି କରୁଥିଲେ। ଏହି ବ୍ୟକ୍ତି ଜଣକ ଲିବରେସନ ଟାଇଗର୍ସ ଅଫ ତାମିଲ ଇଲମ(ଏଲଟିଟିଇ) ଆତଙ୍କବାଦୀ ସଂଗଠନ ସହିତ ଜଡ଼ିତ ଥିବାରୁ ତାଙ୍କୁ ୨୦୧୫ରେ ଗିରଫ କରାଯାଇଥିଲା। ୟୁଏପିଏ ଏବଂ ବିଦେଶୀ ଅଧିନିୟମ ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। କିନ୍ତୁ ସେ ଭାରତରେ ଶରଣାର୍ଥୀ ଶିବିରରେ ରହିବା ଲାଗି ସୁପ୍ରିକକୋର୍ଟରେ ଆବେଦନ କରିଥିଲେ। ତାଙ୍କୁ ଶ୍ରୀଲଙ୍କା ପଠାଇ ଦିଆଗଲେ ତାଙ୍କୁ ସେଠାରେ ହତ୍ୟା କରିଦିଆଯିବ। ତେଣୁ ତାଙ୍କୁ ଭାରତରେ ଶରଣ ଦିଆଯାଉ ବୋଲି ସେ ଅନୁରୋଧ କରିଥିଲେ।

କିନ୍ତୁ କୋର୍ଟ ତାଙ୍କର ଏହି ଯୁକ୍ତି ଉପରେ ବିଚାର କରିବାକୁ ମନା କରିଦେଇଥିଲେ। ତାଙ୍କୁ ଅନ୍ୟ କୌଣସି ଦେଶକୁ ଚାଲିଯିବାକୁ କହିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+