UGC ନର୍ମ ଉପରେ ରହିତାଦେଶ ଜାରି କଲେ ସୁପ୍ରିମକୋର୍ଟ
ୟୁଜିସିର ନୂଆ ନିୟମ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍ । ପରବର୍ତ୍ତୀ ଆଦେଶ ଯାଏଁ ୟୁଜିସିର ନୂଆ ନିୟମ ଉପରେ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମାଲ୍ୟ ବାଗଚୀଙ୍କୁ ନେଇ ଗଠିତ ଖଣ୍ଡପୀଠ 'ୟୁଜିସି ନିୟମାବଳୀ, ୨୦୨୬' କୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ୟୁଜିସି ନୂଆ ନିୟମଗୁଡ଼ିକ ପ୍ରାଥମିକ ଦୃଷ୍ଟିରୁ "ଅସ୍ପଷ୍ଟ" ଓ ଏହାର "ଅପବ୍ୟବହାର ହେବାର ସମ୍ଭାବନା" ଥିବା ସୁପ୍ରିମକୋର୍ଟ କହିଛନ୍ତି । ଶିକ୍ଷାନୁଷ୍ଠାନରେ ମୁକ୍ତ, ସମାନ ଓ ସମାବେଶୀ ବାତାବରଣ" ରହୁ ବୋଲି କୋର୍ଟ ଚାହୁଁଛନ୍ତି । କୋର୍ଟ କହିଛନ୍ତି ଯେ, UGC ର ଏହି ନୂଆ ନିୟମ ସମାଜକୁ ବିଭାଜିତ କରିବାର ସାମର୍ଥ୍ୟ ରଖୁଛି । ବର୍ତ୍ତମାନ ପାଇଁ ୨୦୨୬ ନିୟମ ପରିବର୍ତ୍ତେ ପୂର୍ବରୁ ଥିବା ୨୦୧୨ ନିୟମାବଳୀ ଅନୁଯାୟୀ କାର୍ଯ୍ୟ ଜାରି ରହିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଦେଶର କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଜାତିଗତ ଭେଦଭାବ ରୋକିବା ପାଇଁ ଏକ ନୂଆ ନିୟମାବଳୀ ଆଣିଛନ୍ତି । UGC ର ନୂଆ 'ଉଚ୍ଚଶିକ୍ଷା ଅନୁଷ୍ଠାନରେ ସମାନତା ପ୍ରୋତ୍ସାହନ ନିୟମାବଳୀ ୨୦୨୬' କୁ ନେଇ ବିରୋଧ ହେଉଛି । ଜାତି, ଧର୍ମ, ଲିଙ୍ଗ ଏବଂ ଭିନ୍ନକ୍ଷମଙ୍କ ପ୍ରତି ହେଉଥିବା ଭେଦଭାବ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ । କମିଟିଗୁଡ଼ିକରେ SC/ST/OBC, ମହିଳା ଏବଂ ଭିନ୍ନକ୍ଷମ ସଦସ୍ୟ ରହିବା ବାଧ୍ୟତାମୂଳକ । ନିୟମ ନ ମାନିଲେ କଲେଜର ଅନୁଦାନ ବନ୍ଦ ହେବ ଏବଂ ଡିଗ୍ରୀର ମାନ୍ୟତା ରଦ୍ଦ ହୋଇପାରେ । ତେବେ ଏହି ମାମଲାରେ କେନ୍ଦ୍ର ସରକାର ଓ ୟୁଜିସିଙ୍କୁ ନୋଟିସ୍ ଜାରି କରିଛନ୍ତି । ମାର୍ଚ୍ଚ ୧୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
-
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ଦିଲ୍ଲୀ ଯିବେ ନୀତିଶ କୁମାର, କିଏ ହେବ ବିହାର ମୁଖ୍ୟମନ୍ତ୍ରୀ, ଏହି ସବୁ ନାଁ ନେଇ ଚର୍ଚ୍ଚା -
ଆଜି ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିବେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ଉପସ୍ଥିତ ରହିବେ ଗୃହମନ୍ତ୍ରୀ ଅମିତ ଶାହ ! -
ରାଜ୍ୟସଭା ସଦସ୍ୟ ହେବାକୁ ନେଇ ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କ ଇଚ୍ଛା, X'ରେ ଦେଲେ ସୂଚନା -
ଭାରତକୁ ପ୍ରତିଦ୍ବନ୍ଦ୍ବୀ ହେବାକୁ ଦେବୁନାହିଁ: ଆମେରିକା -
ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଚିନ୍ତା ପ୍ରକଟ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥନୈତିକ ପ୍ରଭାବ ପଡ଼ିବା ନେଇ ଦେଲେ ଚେତା -
୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସାମାଜିକ ଗଣମାଧ୍ୟମ ମନା -
ପାଇଲ୍ସ ସର୍ଜରୀ ପରେ ମିଳିଲାନି ଛୁଟି: ବରିଷ୍ଠ ଅଧିକାରୀଙ୍କ ଆଗରେ ପ୍ୟାଣ୍ଟ ଖୋଲିଦେଲେ ଲୋକୋ ପାଇଲଟ -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ମଧ୍ୟପ୍ରାଚ୍ୟ ମହାଯୁଦ୍ଧ ଭିତରେ ଭାରତ ପାଇଁ ବଡ଼ ଆଶ୍ୱସ୍ତି, କେବଳ ଏହି ସବୁ ଦେଶ ପାଇଁ ବନ୍ଦ ରହିବ ହର୍ମୁଜ ଜଳପଥ











Click it and Unblock the Notifications